ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ,୧୦୩ ୟୁନିଟ୍ ରକ୍ତ ସଂଗ୍ରହ

0
62

ବ୍ରହ୍ମପୁର,୦୧/୦୮/୨୦୨୪:
ରଙ୍ଗେଇଲୁଣ୍ଡା ବ୍ଳକ୍ ଅନ୍ତର୍ଗତ କନିଶି ହାଟ ସ୍ଥିତ ଜଗନ୍ନାଥ କଲ୍ୟାଣୀ ମଣ୍ଡପ  ପରିସରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ସୁନିଲ କୁମାର ପାତ୍ର ଙ୍କ ତତ୍ତ୍ଵାବଧାନରେ ଏକ ମେଗା ସ୍ଵେଚ୍ଛାକୃତ ରକ୍ତଦାନ ଶିବିର  ଅନୁଷ୍ଠିତ ହୋଇଯାଇଛି Iଆୟୋଜିତ ଶିବିର କୁ ସୁନୀଲ କୁମାର ପାତ୍ର, ସନତ ନାହାକ, ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଉତ୍ସାହର ସହିତ ରକ୍ତଦାନ କରିବା ପାଇଁ ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ ଏକ ମହତ୍ କାମ ଏହି ମହତ କାର୍ଯ୍ୟରେ ରକ୍ତଦାନ କରି କାହାର ଜୀବନ ବଞ୍ଚାଇପାରିବା ତେଣୁ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସନ୍ତୁ ବୋଲି ଶ୍ରୀଯୁକ୍ତ ପାତ୍ର ମତପୋଷଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅନ୍ୟତମ ଅତିଥି ଭାବେ ଭୀମସେନ ଦଳାଇ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ କରିବା ପାଇଁ ଆସିଥିବା ଯୁବ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଜିଲ୍ଲା ବିଜେପି ଉପ ସଭାପତି ଗଙ୍ଗାଧର ଶତପଥୀ, ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚା ସାଧାରଣ ସମ୍ପାଦକ ତଥା  ଦିଗପହଣ୍ଡି ପ୍ରଭାରୀ ରାଜେଶ କୁମାର ସାହୁ, ଯାଦବ କୁଳ ସଭାପତି ଡମ୍ବୁରୁ ପାତ୍ର, ବି.ପୁରୁଷୋତ୍ତମ ପାତ୍ର,ଯୁବକ ଙ୍କ ନେତୃତ୍ବ ରେ କନିସି ଗ୍ରାମ ପଞ୍ଚାୟତ ତରଫରୁ  ଯୁବନେତା ଗୋପୀନାଥ ମହାରଣା, ନୋକେୟା ପାତ୍ର,ଏକ ବିଶାଳ ରକ୍ତ ଦାନ ଶିବିର ର ଆୟୋଜନ କୋଲଥୀ ଗାଁ ସରପଞ୍ଚ ଜଗମୋହନ ପାତ୍ର, ଶିବିର କୁ ସ୍ଥାନୀୟ ଅଞ୍ଚଳର ମିଟୁ ସାହୁ, ଭିକି ଦାସ, ଯୁବକ ରକ୍ତଦାନ କରିବାକୁ ଆଗ୍ରହ ପ୍ରକାଶ ରାମେୟା, ଶିବ ପ୍ରସାଦ ଦଳାଇ,ପ୍ରମୁଖ ଉପସ୍ଥିତ ଥ‌ିବା ବେଳେ ୧୦୩ ୟୁନିଟ ରକ୍ତ ସଂଗ୍ରହୀତ ହୋଇଥିଲା।ବ୍ରହ୍ମପୁର ରକ୍ତ ଭଣ୍ଡାର ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ପରିଚାଳନା ।ଏହି ଶିବିରରେ ମୋଟ ୧୦୩ ଜଣ ରକ୍ତଦାତା ଏହି ରକ୍ତଦାନ ଶିବିରରେ ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ I  ଏମକେସିଜି ରକ୍ତ ଭଣ୍ଡାରର କର୍ମଚାରୀ ମାନେ ନିୟୋଜିତ ରହି ରକ୍ତ ସଂଗ୍ରହ କରିଥିଲେ।

LEAVE A REPLY

Please enter your comment!
Please enter your name here