ବ୍ରହ୍ମପୁର,୦୩/୦୮/୨୦୨୪:
ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ ତଥା କନିଷି ଗାଁ ନିକଟରେ ଗୁରୁବାର ରାତିରେ ଦୁର୍ଘଟଣା ଘଟିବା ସହ ମୋଟର ସାଇଲେ ଚାଳକ ଜଣଙ୍କ ପୋଡି ମୃତ୍ୟୁ ବରଣ କରିଥିବା ବେଳେ ପଛରେ ବସିଥିବା ଯୁବକ ମଧ୍ୟ୍ୟ ଗୁରୁତ୍ୱର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି l ମୃତକ ଜଣକ ହେଲେ କେ ନୁଆଗାଁ ଥାନା ଅଧିନସ୍ଥ ବୃନ୍ଦାବନଚନ୍ଦ୍ରପୁର ଗ୍ରାମର ଅଜିତ କୁମାର ସାହୁ ଓ ଗୁରୁତ୍ୱର ଆହତ ଜଣକ ହେଲେ ରତ୍ନାକର ପାଣିଗ୍ରାହୀ ବୋଲି ସୂଚନା ମିଳିଛି l ଏ ନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ କରିଛି l ସୂ ଗଞ୍ଜାମ ଜିଲ୍ଲା କେ ନୂଆଗାଁ ଥାନା ଅଧିନସ୍ଥ ବୃନ୍ଦାବନଚନ୍ଦ୍ରପୁର ଗ୍ରାମର ଅଜିତ ଓ ରତ୍ନାକର ବ୍ରହ୍ମପୁର ବଡ଼ ମେଡିକାଲ କୁ ମୋଟରସାଇକେଲ ଯୋଗେ ରାତିରେ ବାହାରି ଥିଲେ l ରାତି ପ୍ରାୟ ସାଢେ଼ ୧୧ ଟା ବେଳେ ଜାତୀୟ ରାଜପଥ କନିସି ଗ୍ରାମ ଠାରୁ ୨୦୦ ମିଟର ଦୂର ରେ ଅଜିତଙ୍କ ମୋଟ ସାଇକେଲ କୁ ଏକା ଗାଡି ଧକ୍କା ମାରିଥିଲା ଯାହା ଫଳରୁ ଅଜିତଙ୍କ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ ହେବା ସହ ମୋଟରସାଇକେଲ ଟି ରାସ୍ତା ରେ ପ୍ରାୟ ୧୦୦ ମିଟର ଘୋଷାଡି ହେବା ଫଳରେ ମୋଟରସାଇକେଲ ରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣା ଯୋଗୁଁ ଅଜିତ ଗୁରୁତର ଆହାତ ଥିବାରୁ ମୋଟରସାଇକେଲ ସହ ନିଜେ ଜଳି ଯାଇଥିଲେ । ସୈାଭାଗ୍ୟ ବଶତଃ ପଛରେ ବସିଥିବା ରତ୍ନାକର ରାସ୍ତାରେ ଛିଟିକି ହୋଇ ପଡିଯାଇଥିଲେ l ସୂଚନା ପାଇ ଗୋଳନ୍ଥରା ଥାନା ପୋଲିସ ଓ କନିସି ଅଗ୍ନିଶମ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିଥିଲେ l ଅଜିତ ଶରିର ର ୭୦ ଭାଗରୁ ଉର୍ଦ୍ଧ ପୋଡି ଯାଇଥିବା ସହ ଛଟ ପଟ ହୋଇ ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା। ଗୁରୁତର ରତ୍ନାକର କୁ ପୋଲିସ ଓ ଅଗ୍ନିଶମ ଅଧିକାରୀ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ ରେ ଭର୍ତି କରିଥିଲେ l ପୋଲିସ ଅଜିତ ମୃତ୍ୟୁ ଦେହ କୁ ଉଦ୍ଧାର କରି ବଡ଼ ମେଡିକାଲ କୁ ବ୍ୟବଛେଦ ନିମନ୍ତେ ପଠେଇଛି l ଏ ନେଇ ଥାନାରେ ୩୦୮/୨୪ ରେ ଏକ ଦୁର୍ଘଟଣା ମାମଲା ରୁଜୁ କରିଛି l ଅଜିତଙ୍କ ମୃତ୍ୟୁ ଦେହ କୁ ବ୍ୟବଛେଦ କରି ଅପରାହ୍ନ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି lଅନ୍ୟ ପଟେ ଘଟଣା ସ୍ଥଳର ନିକଟବର୍ତ୍ତୀ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରିବା ସହ ଦୁର୍ଘଟଣା କିପରି ଘଟିଲା ତାହା ନେଇ ତଦନ୍ତ ଜାରି ରଖିଛି।