“ମା ନାମରେ ଗଛ ଟିଏ” ” ପଞ୍ଚାୟତ ପାଇଁ ଜଙ୍ଗଲ ଟିଏ” ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0
24

ବ୍ରହ୍ମପୁର,୦୩/୦୮/୨୦୨୪: ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ଆଞ୍ଚଳିକ ବିକାଶ ପରିଷଦ” ତରଫରୁ କୁକୁଡାଖଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ ଦକ୍ଷିଣପୁର ଘାଇ ପାର୍ଶ୍ଵ ଭଗବାନପୁର ଗ୍ରାମ ନିକଟରେ “ମା ନାମରେ ଗଛ ଟିଏ” ” ପଞ୍ଚାୟତ ପାଇଁ ଜଙ୍ଗଲ ଟିଏ”ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନେ ନିମ୍ବ ବୃକ୍ଷ କୁ ପୂଜାର୍ଚନା କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ l ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଖଣି, ଇସ୍ପାତ ଓ ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା,ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ଦିଗପହଣ୍ଡି ବିଧାୟକ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର, ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସୋନୀ ଖୋକର, କୁକୁଡାଖଣ୍ଡି ତହସିଲଦାର ସପନ କୁମାର ସାହୁ,ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ମାଣିକେଶ୍ବରୀ ହାଂସଦା,କୃଷକ ମୋର୍ଚ୍ଚା ସଭାପତି ଚିନ୍ମୟା ନନ୍ଦ ମହାରାଜ,
ସମ୍ପାଦକ ବିଜେନ୍ଦ୍ର ମାଝୀ, ଏ. ନନ୍ଦ କିଶୋର, ବନମାଳୀ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ l ମନ୍ତ୍ରୀ ବିଭୁତି ଭୂଷଣ ଜେନା ନିଜ ବକ୍ତବ୍ୟ ରେ କହିଥିଲେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ମା’ ଙ୍କ ନାମରେ ଗଛ ଟିଏ ପ୍ରତି ଗାଁ ଗାଁ ରେ ପହଞ୍ଚି ପାରିଛି, ଆସନ୍ତୁ ସମସ୍ତେ ମିଶି ବୃକ୍ଷ ରୋପଣ କରିବା ତା ସହ ସେ ବୃକ୍ଷର ଉପଯୁକ୍ତ ଯତ୍ନ ନେଇ ବଡ଼ କରିବା ତା ହେଲେ ଆମର ସବୁଜ ଭାରତ ସ୍ବପ୍ନ ପୁରା ହୋଇପାରିବ ତା ସହ ଆଞ୍ଚଳିକ ବିକାଶ ପରିଷଦର ସଦସ୍ୟ ମାନଙ୍କ ଏହି ପଞ୍ଚାୟତ ପାଇଁ ଜଙ୍ଗଲ ଟିଏ ଅଭିଯାନ କିପରି ଅନ୍ୟ ପଞ୍ଚାୟତ କୁ ବ୍ୟାପ୍ତ ହେବ ସେ ପ୍ରତି ଧ୍ୟାନ ଦେବାକୁ କହିଥିଲେ l ସମ୍ମାନୀତ ଅତିଥି ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଥିଲେ ଯେ ଆମକୁ ପୃଥିବୀ ପୃଷ୍ଠରେ ବଞ୍ଚି ରହିବାକୁ ହେଲେ ପାଞ୍ଚ ଗୋଟି ‘ଜ’ କୁ ସୁରକ୍ଷା ଦେବାକୁ ହେବ ଯଥା ଜଙ୍ଗଲ, ଜମି, ଜଳ, ଜନ୍ତୁ ଓ ଜନ ଏବଂ ଏଭଳି ପ୍ରୟାସ ପାଇଁ ପ୍ରତ୍ୟେକ ଅଞ୍ଚଳର ଯୁବ ଗୋଷ୍ଠୀ ଆଗକୁ ଆସିବା ଆବଶ୍ୟକ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ l ଶେଷରେ ଅତିଥି ମାନେ ବଟ,ଅଶ୍ୱତଥ,ଅଁଳା,ଅର୍ଜୁନ, ଜାମୁ, କରଞ୍ଜ ଆଦି ବୃକ୍ଷ ରୋପଣ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ସଞ୍ଜୟ ପାତ୍ର ଓ ସାଗର ପ୍ରସାଦ ପାତ୍ର ସଂଯୋଜନା କରିଥିବା ବେଳେ କଳିଙ୍ଗ ବିଦ୍ୟା ମନ୍ଦିରର ସଭାପତି ଜବାହାରଲାଲ ପାତ୍ର ଏବଂ ଛାତ୍ରଛାତ୍ରୀ, ଶିଶିର ଗୌଡ଼,ରାକେଶ ବିଷୋୟୀ, ପୁରୁଷୋତ୍ତମ ସ୍ୱାଇଁ, ରଞ୍ଜନ ବେହେରା,ପ୍ରସନ୍ନ ସ୍ୱାଇଁ,ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ,ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା, ପି.ଅରବିନ୍ଦ ଦେଶିବେହେରା, ନଳିନୀ କାନ୍ତ ପରିଡା, ରାକେଶ ପଣ୍ଡା,ଗୌତମ ମହାରଣା, ବରିଷ୍ଠ ଆଇନଜୀବୀ ପରେଶ ରଥଙ୍କ ସହ ଲାଞ୍ଜିଆ ଓ ଦକ୍ଷିଣପୁର ପଞ୍ଚାୟତର ଜନସାଧାରଣ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

LEAVE A REPLY

Please enter your comment!
Please enter your name here