ବୁଗୁଡା ୫/୮/୨୪ ରାଜ୍ୟ ସରକାରଙ୍କ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀଧନ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଗୋକୁଳାନନ୍ଦ ମଳିକଙ୍କୁ ମାଣିତରା ଗ୍ରାମରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହ ବିଜୟ ଉତ୍ସବ ପାଳନ କରାଯାଇଛି। ମନ୍ତ୍ରୀ ଶ୍ରୀ ମଳିକ ଅବିଭକ୍ତ ମାଣିତରା ପଞ୍ଚାୟତର ଘୋଳପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ବେଳେ ମାଣିତରା ଏମ.ଇ. ସ୍କୁଲରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ଏବଂ ମାଣିତରା ହାଇ ସ୍କୁଲରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀରେ ପାଠପଢିଥିଲେ। ପରେ ସେ ଭୁବନେଶ୍ୱର ଯାଇ ଉଚ୍ଚ ଶିକ୍ଷାଲାଭ କରିଥିଲେ। ମାଣିତରାରେ ୫ ବର୍ଷର ପାଠ ପଢିଥିବା ଯୋଗୁଁ , ଅଗଷ୍ଟ ୪ ତାରିଖ ଦିନ ବିଜୟ ଉତ୍ସବରେ ମନ୍ତ୍ରୀ ଶ୍ରୀ ମଳିକଙ୍କ ବହୁ ପାଠପଢା ସାଥୀ ବିଭିନ୍ନ ସ୍ଥାନରୁ ମାଣିତରା ଆସି ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଗ୍ରାମବାସୀ ବୃନ୍ଦ ମଧ୍ୟ ନିଜ ମାଟିର ପୁଅକୁ ମନ୍ତ୍ରୀ ଭାବେ ପାଇଁ ଗର୍ବ ଅନୁଭବ କରିବା ସହ ବାଜା ବଜାଇ, ବାଣ ଫୁଟାଇ ପାଛୋଟି ନେଇଥିଲେ। ମାଣିତରା ତାଙ୍କର ନିଜ ଗ୍ରାମ ବୋଲି ଅନୁଭବ କରୁଥିବା ମନ୍ତ୍ରୀ ଶ୍ରୀ ମଳିକ ପ୍ରକାଶ କରିବା ସହ ପଞ୍ଚାୟତର ଉନ୍ନତି ପାଇଁ ଚେଷ୍ଟା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।