ବୁଗୁଡା, ୫/୮/୨୪ : ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ କଳା ଓ ବିଜ୍ଞାନ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅଗଷ୍ଟ ୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରିନ୍ସପାଲ ଅନୁପ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ। ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମରେ ଅଧ୍ୟାପିକା ଓ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ଡକ୍ଟର ପ୍ରିୟବ୍ରତ ପ୍ରଧାନ, ପ୍ରଜ୍ଞା ପରମିତା ସାହୁ, ସୁଚିତ୍ରା ପଣ୍ଡା, ଶଙ୍କର ଆଶିଷ ପାତ୍ର, କାହ୍ନୁ ଚରଣ ଦାଶ, ମନୋରଞ୍ଜନ ମୁଦୁଲି, ସନ୍ତୋଷ କୁମାର ଗୌଡ଼, ସନକ କୁମାର ବିଶ୍ବାଳ, ସୁଜିତ ସାହୁ, ସଂଯୁକ୍ତା ପାତ୍ର, ରମା ବଲ୍ଲଭ ରାଉତ ପ୍ରମୁଖ ଯୋଗଦେଇଥିଲେ। ଏହି ପ୍ରବେଶ ଉତ୍ସବରେ ଉଭୟ କଳା ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ସେମାନଙ୍କ ଅଧ୍ୟକ୍ଷ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦଙ୍କ ସହ ପରିଚିତ ହୋଇଥିଲେ। ଅଧ୍ୟକ୍ଷ ଶ୍ରୀ ପଣ୍ଡା ବିଦ୍ୟାଳୟର ଇତିହାସ ଓ ଗୌରବମୟ ଅଧ୍ୟାୟ ବିଷୟରେ କହିବା ସହ ସମସ୍ତ ଛାତ୍ରଛାତ୍ରୀ ନିୟମିତ ଶ୍ରେଣୀରେ ଉପସ୍ଥିତ ରହି ଉତ୍ତମ ଭାବେ ଶିକ୍ଷାଦାନ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟରେ ପରିସରରେ ମୋବାଇଲ ବ୍ୟବହାର ନକରିବା ଓ ରାଗିଙ୍ଗି ମୁକ୍ତ କ୍ୟାମ୍ପସ ପାଇଁ ବିଦ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ଉତ୍ତମ ଭାବେ ଶିକ୍ଷାଦାନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଛାତ୍ର କଳ୍ପେଶ୍ବର ଦାଶ ବେଦ ପାଠ କରିଥିବା ବେଳେ ଅଧ୍ୟାପକ କାହ୍ନୁ ଚରଣ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।