ବୁଗୁଡ଼ା, ୦୭/୦୮/୨୪ ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ଅହଲ୍ୟା ଦେବୀ ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ନବାଗତ +୨ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପ୍ରବେଶ ଉତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅଗଷ୍ଟ ୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ସଂପାଦକ ବୃନ୍ଦାବନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରର ମୁଖ୍ଯ ଅତିଥି ଭାବେ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ମୁଖ୍ୟବକ୍ତା ଭାବେ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର, ସମ୍ମାନିତ ଅତିଥି ଭାବେ କବୟତ୍ରୀ ସୌଦାମିନୀ ମିଶ୍ର, ସମାଜସେବୀ ବାଞ୍ଛାନିଧି ସାହୁ, ପ୍ରିନ୍ସପାଲ ଦେବବ୍ରତ ପାତ୍ର, ଅଧ୍ୟାପିକା ପ୍ରମିଳା କୁମାରୀ ବେହରା ଯୋଗଦେଇ ଛାତ୍ରୀ ମାନଙ୍କୁ ଚଳିତ ଶିକ୍ଷା ବର୍ଷର ଶିକ୍ଷାଦାନ ସମ୍ପର୍କରେ ପରାମର୍ଶ ଦେଇଥିଲେ। ନବାଗତ ପ୍ରଥମ ବର୍ଷର ଛାତ୍ରୀମାନେ ବିଦ୍ୟାଳୟର ପ୍ରିନ୍ସପାଲ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦଙ୍କ ସହ ପରିଚିତ ହୋଇଥିଲେ। ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏହି କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଗତବର୍ଷ +୨ ଶେଷ ବର୍ଷ ପରୀକ୍ଷାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଲିଜା ଗୌଡ଼, ତତ୍ ମୂଷି ବିଷୋୟୀ ଓ ଦୀପା ସ୍ବାଇଁକୁ ଅତିଥି ବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ବିଦ୍ୟାଳୟର ଚତୁଃପାର୍ଶ୍ବରେ ୨୦୦ ବୃକ୍ଷ ରୋପଣ କରାଯାଇଥିଲା। ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବୁଗୁଡା ବନାଞ୍ଚଳ ଅଧିକାରୀ ଶ୍ରୀ ମିଶ୍ର ଓ ବନ ବିଭାଗ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।