ବ୍ରହ୍ମପୁର,୦୮/୦୮/୨୦୨୪: ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟ ରେ ନୂତନ ଅଧ୍ୟକ୍ଷା ଡ. ନିବେଦିତା ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଯୁବ ରେଡ୍କ୍ରସ ତରଫରୁ ଏକ ଏଚ୍ଆଇଭି ଏଡସ୍ ସଚେତନତା ସଂପର୍କିତ କର୍ମଶାଳା ଆୟୋଜିତ ହୋଇଯାଇଛି । ପ୍ରାରମ୍ଭରେ ରେଡ଼କ୍ରସ ସଂଯୋଜିକା ଡ. ସ୍ଵର୍ଣ୍ଣଲତା ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସଂଗେ ସଂଗେ ଏହି କର୍ମଶାଳାର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଅତିଥି ଭାବେ ଯୋଗଦେଇ ଜିଲ୍ଲା ଏଡସ୍ ସେଲର ଅଧିକାରୀ ଶ୍ରୀ ହେମନ୍ତ କୁମାର ଦାଶ ଏଚ୍.ଆଇ.ଭି ର କାରଣ ନିରାକରଣ ଏବଂ ଏହାର ଭୟାବହତା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଶ୍ରୀ ଦାଶ କହିଥିଲେ ଯେ ଏଚ୍ଆଇଭି ସଚେତନତା କ୍ଷେତ୍ରରେ ଯୁବ ଗୋଷ୍ଠୀ ଆଗକୁ ଆସିବା ଦରକାର ଓ ସମାଜରୁ ଏହାକୁ ମୂଳପୋଛ କରିବାକୁ ସମସ୍ତଙ୍କର ସହଯୋଗ ଏକାନ୍ତ କାମ୍ୟ । ସ୍ଵାସ୍ଥ୍ୟ ହିଁ ସମ୍ପଦ । ନିଜ ସ୍ଵାସ୍ଥ୍ୟ ନିଜ ହାତରେ | ଅନ୍ୟତମ ଅତିଥି ଏଡସ୍ ସେଲ୍ ର ଡ.ସନ୍ତୋଷ କୁମାର ରାଜୁ ମାନସିକ ସ୍ଵାସ୍ଥ୍ୟ ସମ୍ପର୍କରେ ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଏହାର ଲକ୍ଷଣ ଚିକିତ୍ସା ଓ ସ୍ଵେଚ୍ଛାସେବୀ ମାନଙ୍କର ଭୂମିକା ସଂପର୍କରେ ବୁଝାଇଥିଲେ । ଶେଷରେ ରେଡକ୍ରସ ସହ ସଂଯୋଜିକା ସୁରଭି ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ ।