ମହାମାୟୀ କଲେଜରେ ଆନ୍ତଃ ବିଭାଗୀୟ ଆଲୋଚନାଚକ୍ର ଅନୁଷ୍ଠିତ

0
36

ବ୍ରହ୍ମପୁର,୧୦/୦୮/୨୦୨୪: ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟର ଆଇ କ୍ବୁ ଏ ସି ତରଫରୁ ବିଭିନ୍ନ ବିଭାଗର ସମିଶ୍ରଣରେ ଏକ ଆନ୍ତଃ ବିଭାଗୀୟ ଆଲୋଚନାଚକ୍ର ଅଧ୍ୟକ୍ଷା ଡ. ନିବେଦିତା ମହାପାତ୍ର ଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଛି। ଏହି ପାଠଚକ୍ରରେ ” ଶିଶୁ ଏବଂ ବୃଦ୍ଧ ସମ୍ବନ୍ଧୀୟ ସମସ୍ୟା ଏବଂ ସମାଧାନ” ସମ୍ପର୍କିତ ଶୀର୍ଷକରେ ଆଲୋଚନା କରାଯାଇଥିଲା। ଏଥିରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡ. ଅରୁନ୍ଧତୀ ରଥ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିର୍ଷକ ସମ୍ବନ୍ଧୀୟ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ପ୍ରଶାସନିକ ଅଧିକାରଣୀ ଡ ଜୟନ୍ତୀ ରାଣୀ ପଣ୍ଡା, ଆଇ କ୍ବୁ ଏ ସି ସଂଯୋଜିକା ଡ. ସୁଜାତା ପଣ୍ଡିତ,ସଦସ୍ୟା ଡ. ସ୍ଵର୍ଣ୍ଣଲତା ପଟ୍ଟନାୟକ ସମେତ ସମସ୍ତ ବିଭାଗୀୟ ମୁଖ୍ୟା, ଅଧ୍ୟାପିକା ଅଧ୍ୟାପକ ଯୋଗ ଦେଇଥିଲେ l ଶେଷ ବର୍ଷର ସମସ୍ତ ଛାତ୍ରୀ ଏହି ଆଲୋଚନାରେ ଯୋଗଦେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here