ଘୁମୁସର ଲେଖିକା ସଂସଦ ର କବିତା ଆସର

0
32

ବୁଗୁଡ଼ା, ୧୧/୮/୨୪ ବୁଗୁଡା ନିକଟସ୍ଥ ସଦଗୁରୁ ଜରାଶ୍ରମରେ ଘୁମୁସର ଲେଖିକା ସଂସଦ ର ସଭାନେତ୍ରୀ ରୀତାରାଣୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବର୍ଷା କବିତା ଆସର ଅଗଷ୍ଟ ୧୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଅଛି। ପ୍ରାରମ୍ଭିକ ସଂଗୀତ ଡ଼ଃ. ଗାୟତ୍ରୀ ସାହୁ ଗାନ କରିଥିଲେ। କାର୍ଯ୍ୟକ୍ରମକୁ ସାହିତ୍ୟିକ ଗୌରୀପତି ଦାଶ ଉଦ୍ଘାଟନ କରିଥିବାବେଳେ ସମ୍ପାଦକ ଡ଼ଃ.ନଳିନୀପ୍ରଭା ପାଢୀ ଆନୁଷ୍ଠାନିକ ବିବରଣୀ ପଠନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ଃ. ବ୍ରଜକିଶୋର ପାଢ଼ୀ, ମୁଖ୍ୟବକ୍ତା ଭାବେ କବି ଅନନ୍ତ କର, ସମ୍ମାନିତ ଅତିଥି ଭାବେ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର , ରଘୁନାଥ ସାହୁ ଓ ସମ୍ମାନିତ ବକ୍ତାଭାବେ ଶିକ୍ଷାବିତ୍ ବିଭୂତି ଭୂଷଣ ମିଶ୍ର ଯୋଗଦାନ କରିଥିଲେ । ଅନୁଷ୍ଠାନର ସଦସ୍ୟା ମୋନାଲିସା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବିତା ଗୁଡ଼ିକ ର ସଂଯୋଜନା କଳ୍ପନା କୁମାରୀ ପ୍ରଧାନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଭିନ୍ନ ମୂଲ୍ୟବାନ ବୃକ୍ଷରୋପଣ କରାଯାଇଥିଲା । ଜରାଶ୍ରମ ରେ ରହିଥିବା ଅନ୍ତେଃବାସୀଙ୍କୁ ଅନୁଷ୍ଠାନ ପକ୍ଷରୁ ବସ୍ତ୍ର ପ୍ରଦାନ କରାଯାଇଥିଲା । ସଂସଦର ସମସ୍ତ ସଦସ୍ୟା ବର୍ଷା ସମ୍ବନ୍ଧୀୟ ବିଭିନ୍ନ କବିତା ଗାନ କରିଥିବା ବେଳେ ବୁଗୁଡ଼ା ଅଞ୍ଚଳ ରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ନିଜ ନିଜର କବିତା ପଠନ କରିଥିଲେ । କବିତା ପଠନ ପରିସମାପ୍ତି ପରେ ସମସ୍ତ କବି ଓ କବୟିତ୍ରୀ ଙ୍କୁ ମାନପତ୍ର ଓ ପୁସ୍ତକ ପ୍ରଦାନ କରାଯାଇଥିଲା । ମଞ୍ଚାସୀନ ଅତିଥି ମାନେ ପ୍ରାଚୀନ କବି ଗଣଙ୍କ ବର୍ଷା ସମ୍ବନ୍ଧୀୟ ବିଭିନ୍ନ କବିତାର ଉତ୍କର୍ଷତା ଆଲୋଚନା କରିବା ସହିତ ବୃକ୍ଷରୋପଣ ର ଉପକାରିତା ସଂପର୍କରେ ଆଲୋଚନା କରିଥିଲେ । ରଜନୀ ସେଠୀ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ। ଶେଷରେ ସୁଜାତା ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here