ବିଶ୍ୱ ହସ୍ତୀ ଦିବସ ପାଳିତ

0
24

ବ୍ରହ୍ମପୁର,୧୨/୦୮/୨୦୨୪: ସ୍ବେଛାସେବୀ ସଂଗଠନ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଦକ୍ଷିଣପୁର ଗ୍ରାମପଞ୍ଚାୟତ ଭଗବାନପୁର ଗ୍ରାମ ପାଶ୍ୱ ଜଙ୍ଗଲରେ ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମରେ ସ୍ବେଛାସେବୀ ମାନେ ଯୋଗଦେଇ ଜଙ୍ଗଲ ଓ ଭଗବାନପୁର ମୁଖ୍ୟ ରାସ୍ତା ପାଶ୍ୱରେ ତାଳ ଗୋଟାମା ରୋପଣ କରିଥିଲେ l ପ୍ରକାଶ ଥାଉକି ବ୍ରହ୍ମପୁର ବନଖଣ୍ଡ ଅଧିନସ୍ତ ଟାମଣା ଜଙ୍ଗଲରେ ହାତୀଙ୍କ ବିଚରଣ ସ୍ଥାନ ଭାବରେ ଗଣା ଯାଉଛି ସେଠି ବର୍ଷର ଅଧିକାଂଶ ସମୟ ସେମାନଙ୍କର କଟୁଛି କିନ୍ତୁ ଗ୍ରୀଷ୍ମ ଦିନେ ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ଏମାନେ ଜନବସତି ମୁହାଁ ହେଉଛନ୍ତି ଲୋକଙ୍କ ଧନ ଜୀବନ ନଷ୍ଟ ହେଉଛି ବେଳେ ବେଳେ ହାତୀଙ୍କ ଜୀବନ ମଧ୍ୟ ଅକାଳରେ ଯାଉଛି ତେଣୁ ଏହାର ନିବାରଣ ନିମନ୍ତେ ତାଳ ବୃକ୍ଷ ରୋପଣ ନିତାନ୍ତ ଆବଶ୍ୟକ ବୋଲି ଅନୁଭବ କରି ସଂଗଠନ ତରଫରୁ ତାଳ ଗୋଟାମା ରୋପଣ କରାଯାଇଛି lଗ୍ରୀଷ୍ମ ସମୟରେ ପ୍ରମୁଖ ଖାଦ୍ୟ ଭାବେ ତାଳ, ଆମ୍ବ ପଣସ ହାତୀଙ୍କ ପାଇଁ ଉପଲବ୍ଧ ହୋଇଥାଏ l ଅନ୍ୟ ବୃକ୍ଷ ତୁଳନାରେ ତାଳଗଛ ସଂରକ୍ଷଣ ଅଭାବରୁ ଦିନକୁ ଦିନ ଏହା ଲୋପ ପାଇବାକୁ ବସିଛି ଯାହାର ପ୍ରଭାବ ଆଗାମୀ ଦିନରେ ହାତୀ ତଥା ବନ୍ୟ ଜନ୍ତୁ ଉପରେ ପଡୁଛି l ତାଳ ବୃକ୍ଷର ସୁରକ୍ଷା ନ ନିଆଯିବା ଫଳରେ ଉଭୟ ମଣିଷ ଓ ବନ୍ୟଜନ୍ତୁଙ୍କ ଖାଦ୍ୟ ଶୃଙ୍ଖଳ ପାଇଁ ଆଗାମୀ ଦିନରେ ଏକ ବଡ଼ ବିପଦ ସୃଷ୍ଟି ହୋଇପାରେ ବୋଲି ଯୋଗ ଦେଇଥିବା ପରିବେଶବିତ୍‌ମାନେ ମତ ଦେଇଛନ୍ତି।ଏହି କାର୍ଯ୍ୟକ୍ରମରେ ପରିଷଦର ସଭାପତି ସାଗର କୁମାର ପାତ୍ର, ସମ୍ପାଦକ ବିଜେନ୍ଦ୍ର ମାଝୀ, ପ୍ରକୃତି ବନ୍ଧୁ ବନମାଳୀ ପ୍ରଧାନ,ଉପଦେଷ୍ଟା ନଳିନୀ କାନ୍ତ ପରିଡା,ରଞ୍ଜନ ବେହେରା, ଶ୍ରୀକାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇ ତାଳ ଗୋଟାମା ରୋପଣ କରିଥିଲେ l

LEAVE A REPLY

Please enter your comment!
Please enter your name here