Home ବ୍ରହ୍ମପୁର ସ୍ପେଶାଳ ହାତୀଓଟ ପଞ୍ଚାୟତରେ ପାନୀୟ ଜଳ ଯୋଗାଣରେ ସମସ୍ୟା

ହାତୀଓଟ ପଞ୍ଚାୟତରେ ପାନୀୟ ଜଳ ଯୋଗାଣରେ ସମସ୍ୟା

0
60

ପୋଲସରା ୧୩/୦୮/୨୪ ପୋଲସରା ବ୍ଳକର ହାତୀଓଟ ଗ୍ରାମ ପଞ୍ଚାୟତରେ ଦିର୍ଘ ଦିନ ଧରି ପାନୀୟଜଳ ଯୋଗାଣ ସମସ୍ୟା ରହିଥିଲେ ସୁଧା ତାହା ସମାଧାନ ହୋଇ ପାରୁନଥିବାରୁ ପଞ୍ଚାୟତର କିଛି ଲୋକ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ ଚନ୍ଦ୍ର ଜାନୀଙ୍କୁ ଭେଟି ଲିଖିତ ଅଭିଯୋଗ ପତ୍ର ଦେବା ସହିତ ପାନୀୟ ଜଳ ଯୋଗାଣରେ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ହାତୀଓଟ ଗ୍ରାମ ପଞ୍ଚାୟତରେ ପ୍ରାୟ ସମସ୍ତ ଗ୍ରାମରେ ଦିର୍ଘ ଦିନ ଧରି ପାନୀୟଜଳର ସମସ୍ୟା ରହିଥିବା ବେଳେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ହାତୀଓଟ ଗ୍ରାମର ସମାଜସେବୀ ମୃତ୍ୟୁଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ୱରେ କିଛି ବ୍ୟକ୍ତି ବ୍ଲକ ଅଫିସରେ ପହଞ୍ଚି ଅଭିଯୋଗ କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜାନୀ ପଞ୍ଚାୟତବାସୀଙ୍କ ସହିତ ଆଲୋଚନା ପରେ ପାନୀୟ ଜଳ ଯୋଗାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ତ୍ରିପାଠୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଡ଼କାଇ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ତ୍ରିପାଠୀ ଅତି ଶୀଘ୍ର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!