ପୋଲସରା, ୧୩/୦୮/୨୪ ଗଂଜାମ ଜିଲ୍ଲା ପୋଲସରା ସହରରେ ବହୁ ଆଡ଼ମ୍ବର ସହକାରେ ଆୟୋଜିତ ହୋଇଯାଇଛି ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ। ଦେଶର ଏକତାର ଶକ୍ତି ପ୍ରଦର୍ଶନ କରିଥିଲେ ଉଭୟ ପୋଲସରା ବ୍ଲକ ଓ ଏନ୍.ଏ.ସି ର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ବୃନ୍ଦ । ପ୍ରାୟ ୫ ଶହ ମିଟରର ଏକ ବିରାଟ ତ୍ରିରଙ୍ଗା ପତାକା କୁ ଛାତ୍ରଛାତ୍ରୀମାନେ ହାତରେ ଧରି ବିଶାଳ ଶୋଭାଯାତ୍ରାରେ ବାହାରି ପୋଲସରା ମୁଖ୍ୟ ସଡ଼କ ପରିଭ୍ରମଣ କରିଥିଲେ । ପ୍ରତ୍ୟେକଟି ପରିସ୍ଥିତିର ମୁକାବିଲା କରିବା ପାଇଁ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ତ୍ରିରଙ୍ଗାର ମୂଲ୍ୟବୋଧକୁ ନେଇ ଭାଇଚାରାର ଭାବ ସୃଷ୍ଟି କରିଥିଲେ । ସ୍ବାଧୀନତା ପାଇଁ ତ୍ୟାଗ କରିଥିବା ବଳିଷ୍ଠ ମହାପୁରୁଷଙ୍କ ବଳିଦାନକୁ ସ୍ମରଣୀୟ କରି ପୋଲସରା ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ, ତହସିଲଦାର ରୁବି ବେହେରା ଓ ପୋଲସରା ଥାନା ଅଧିକାରୀ କୌଶିକ ମାଝୀ ସମେତ ସମସ୍ତ ବିଭାଗୀୟ ଅଧିକାରୀ, ସ୍ବଛସାଥି, ସୁପରଭାଇଜର୍, ଛାତ୍ରଛାତ୍ରୀ ବୃନ୍ଦ ତ୍ରିରଙ୍ଗା ପତାକା ମାଧ୍ୟମରେ ମହାପୁରୁଷ ମାନଙ୍କୁ ସମ୍ମାନ ଜଣାଇ ପୋଲସରା ସହର ପରିକ୍ରମା କରିଥିଲେ ।