ଭୂବନେଶ୍ୱର,୧୩/୦୮/୨୦୨୪:
ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ଭୁବନେଶ୍ବର କମିସନରେଟ୍ ପୁଲିସ ତରଫରୁ ପାଳନ ହେବାକୁ ଯାଉଛି ୭୮ ତମ ସ୍ୱାଧନତା ଦିବସ । ଏହି ପବିତ୍ର ଦିବସ ଉପଲକ୍ଷେ ଭୁବନେଶ୍ଵରର ଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ପ୍ୟାରେଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ, ପ୍ୟାରେଡ ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ସଂପୃକ୍ତ ଗାନ୍ଧୀ ମାର୍ଗରେ ପୂର୍ଣ୍ଣ ଅଭ୍ୟାସ ପ୍ୟାରେଡ କରାଯାଇଥିବା ବେଳେ, ଏହି ଅଭ୍ୟାସ ପ୍ୟାରେଡରେ ପୁଲିସ ଡିଜି ଶ୍ରୀ ଅରୁଣ କୁମାର ଷଢଙ୍ଗୀ (ଆଇପିଏସ) ମୁଖ୍ୟ ଅତିଥ୍ୟ ଭାବେ ଯୋଗ ଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିବା ସହିତ ପ୍ୟାରେଡ କାର୍ଯକ୍ରମ ତଦାରଖ କରିଥିଲେ । ଅନ୍ୟ ଅତିଥ୍ ମାନଙ୍କ ମଧ୍ୟରେ ଗୁଇନ୍ଦା ବିଭାଗର ଅତିରିକ୍ତ ଡିଜି ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ (ଆଇପିଏସ), ଭୁବନେଶ୍ୱର-କଟକ ପୁଲିସ କମିଶନର ଶ୍ରୀ ସଞ୍ଜୀବ ପଣ୍ଡା
(ଆଇପିଏସ) ତଥା ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀଗଣ ମଧ୍ଯ ପ୍ୟାରେଡ ଅଭ୍ୟାସ ସମୟରେ ଉପସ୍ଥିତ ଥିଲେ । ସ୍ବାଧ୍ଵନତା ଦିବସ ଦିନ ହେବାକୁ ଥିବା ଏହି ପ୍ୟାରେଡ କାର୍ଯ୍ୟକ୍ରମରେ ମୋଟ ୫୮ଟି ଗ୍ରୁପ ଅଂଶଗ୍ରହଣ କରିବାକୁ ଥିବା ବେଳେ, ସେଥ୍ ମଧ୍ଯରେ ୧୨୦ ଇନଫ୍ୟାନଟ୍ରି ବାଟାଲିୟନ,ଆଇଟିବିପି,ସିଆରପିଏଫ, ବିଏସଏଫ, ଛତିଶଗଡ଼ ରାଜ୍ୟ ସଶସ୍ତ୍ର ପୁଲିସ, ରେଳ ସୁରକ୍ଷା ବଳ ସହିତ ଓଡ଼ିଶା ପୁଲିସ ଅଧୀନସ୍ଥ ବିଭିନ୍ନ ବିଭାଗ, ଅଗ୍ନିଶମ ବିଭାଗ, ଏନସିସି ଏବଂ ସ୍କାଉଟଗାଇଡ ଆଦି ଅନ୍ତର୍ଭୁକ୍ତ । ଏହାବାଦ୍ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ପ୍ୟାରେଡ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନେଇ ସୂଚନା ରହିଛି ।
Home ବ୍ରହ୍ମପୁର ସ୍ପେଶାଳ ଭୁବନେଶ୍ଵର ଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ପ୍ୟାରେଡ କାର୍ଯ୍ୟକ୍ରମ ପାଇଁ ଅଭ୍ୟାସ ପ୍ୟାରେଡ ଅନୁଷ୍ଠିତ