ରାମଲିଙ୍ଗ ଚୌଡେଶ୍ବରୀ ମନ୍ଦିରରେ କୁଙ୍କୁମ ପୂଜା

0
31

ପୋଲସରା , ୧୭/୮/୨୪ : ଗଞ୍ଜାମ ଜିଲ୍ଲାର ପୋଲସରା ସହରରେ ଅବସ୍ଥିତ ଶ୍ରୀ ଶ୍ରୀ ରାମଲିଙ୍ଗ ଚୌଡେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଡେରାସାହି ଦେବାଙ୍ଗୁଲୁ ସମାଜ ପକ୍ଷରୁ ସିଂହ ସଂକ୍ରାନ୍ତି ଦିନ କୁଙ୍କୁମ ପୂଜା ବହୁ ଆଡ଼ମ୍ବର ସହ ପାଳିତ ହୋଇଯାଇଛି । ଦେବାଙ୍ଗୁଲୁ ସମାଜର ଡେରା ସଂପ୍ରଦାୟର ସମସ୍ତ ସଧବା ମହିଳା ବୃନ୍ଦ ନୂତନ ବସ୍ତ୍ର ପରିଧାନ କରି ନିକଟସ୍ଥ ପୋଖରୀରୁ କଳସୀରେ ଜଳ ଧରି ଏକ ବିରାଟ ଶୋଭାଯାତ୍ରାରେ ବାହାରି ଶ୍ରୀ ଶ୍ରୀ ରାମଲିଙ୍ଗ ଚୌଡେଶ୍ବରୀ ମନ୍ଦିରକୁ ପ୍ରବେଶ କରିଥିଲେ । ପରମ୍ପରା ଅନୁସାରେ ମନ୍ଦିର ପରିସରରେ ଡେରା ସଂପ୍ରଦାୟର ମହିଳାମାନେ ଶ୍ରଦ୍ଧା ଓ ଭକ୍ତି ସହିତ କଳସୀ ସମ୍ମୁଖରେ ପୂଜାର୍ଚ୍ଚନା କରିଥିଲେ । ଦେବାଙ୍ଗୁଲୁ ସମାଜର ବିଶ୍ୱାସ ରହିଛିଯେ ପବିତ୍ର ସିଂହ ସଂକ୍ରାନ୍ତି ଦିନ ମାଁଙ୍କୁ ସ୍ମରଣ କରି ସହସ୍ରନାମ ଓ ଲାଲିତାଷ୍ଟକ ମନ୍ତ୍ର ଉଚ୍ଚାରଣ କରି କେବଳ କୁଙ୍କୁମ ସାହାଯ୍ୟରେ ପୂଜାର୍ଚ୍ଚନା କଲେ ନିଜ ପରିବାରର ସମସ୍ତେ ଆରୋଗ୍ୟ ରହିବା ସହ ସମଗ୍ର ଜୀବଜଗତର ମଙ୍ଗଳ ହୋଇଥାଏ।

LEAVE A REPLY

Please enter your comment!
Please enter your name here