“ଘୁମୁସର ର ସ୍ବର” ପକ୍ଷରୁ ୧୪୦ତମ ସାହିତ୍ୟ ଆଲୋଚନା ଚକ୍ର

0
39

ବୁଗୁଡ଼ା, ୧୯/୦୮/୨୪ ବୁଗୁଡା ବ୍ଲକର ବାଲିପଦର ଫ୍ରେଣ୍ଡସ୍ କ୍ଳବ ସଭା ଗୃହରେ ଅଗଷ୍ଟ ୧୯ ତାରିଖ ଦିନ, ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ୧୪୦ତମ ପୂର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅତିଥି ଭାବେ ଜଗନ୍ନାଥ ସଂସ୍କୃତି ବିଷାରଦ ଲିଙ୍ଗରାଜ ଦାସ, ଉତ୍କଳ କଳା ପରିଷଦର ସଭାପତି ଜି.ରାଜେଶ୍ବର ପାତ୍ର, ଫ୍ରେଣ୍ଡସ୍ କ୍ଳବର ସଭାପତି ଦେବନାଥ ରଣା, ସମାଜସେବୀ କୈଳାସ ଚନ୍ଦ୍ର ପ୍ରଧାନ, ବାଲିପଦର ହାଇସ୍କୁଲର ପ୍ରଧାନ ଶିକ୍ଷକ ଇ.ନିଳାଚଳ ପାତ୍ର, କବି ପଦ୍ମନାଭ ଗୌଡ ଯୋଗଦେଇ କବି ଗଙ୍ଗାଧର ମେହରଙ୍କ ସାହିତ୍ୟ ସମ୍ପର୍କରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ରାଜେନ୍ଦ୍ର ମହାରଣା, ଧ୍ରୁବ ପାଣିଗ୍ରାହୀ, ଡି.ଗୋପାଳ କୃଷ୍ଣ ଆଚାରୀ, ସନ୍ତୋଷ କୁମାର ସେଠୀ, କେ.ରାଘବ ପାତ୍ର, ନିରଞ୍ଜନ ପାତ୍ର, ମାଧବ ଜେନା ପ୍ରମୁଖ ଯୋଗଦେଇ ରକ୍ଷା ବନ୍ଧନର ତତ୍ତ୍ବ ସମ୍ବନ୍ଧରେ ଆଲୋକପାତ କରିଥିଲେ। କଣ୍ଠଶିଳ୍ପୀ ଦୂର୍ଗା ପ୍ରସାଦ ଦାସ ଭଞ୍ଜ ସଙ୍ଗୀତ ଗାନ କରିଥିବା ବେଳେ ଖଲି ପରିଡ଼ା ଧନ୍ଯବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here