ବ୍ରହ୍ମପୁର,୨୨/୦୮/୨୦୨୪:ଗତକାଲି ଲକ୍ଷ୍ମୀ ନୃସିଂହ ସାହି ୧୨ ନମ୍ବର ଗଳି ଠାରେ ଜଣେ ୧୦ ବର୍ଷ ର ନାବାଳକ ଖୋଲା ନାଳରେ ଭାସିଥିଲେ। ପ୍ରବଳ ବର୍ଷା ଯୋଗୁଁ ଅତିମାତ୍ରାରେ ନାଳରେ ପାଣି ପ୍ରବାହିତ ହେଉଥିବାରୁ ଏଭଳି ଘଟଣା ଘଟିଯାଇଥିଲା।ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ନାବାଳିକ ଟି କିଛି ଦୁରରେ ଥିବା ପଙ୍କ ମଧ୍ୟ ରୁ ଉଦ୍ଧାର ହୋଇଥିଲାନାବାଳକ ଶିଶୁ ଟି ଲକ୍ଷ୍ମୀ ନୃସିଂହ ସାହି ୧୪ ନମ୍ବର ଲେନର ସାଇରମ ପାତ୍ର,ବୟସ ପ୍ରାୟ ୧୧ ବର୍ଷ ବୋଲି ଜଣାପଡିଛି।ନାବାଳକ ଜଣକ ସାଇକେଲ ସହ ନାଳରେ ପଶିଯିବାର ସ୍ଥାନୀୟ ଜଣେ ବ୍ୟକ୍ତି ଦେଖିବାକୁ ପାଇବା ପରେ ଉଦ୍ଧାର କରିବାକୁ ଯାଇଥିଲେ।ପରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ଦୀର୍ଘ ୫ ଘଣ୍ଟା ପରେ ପଙ୍କ ଭିତରୁ ଶିଶୁ ଟିକୁ ଉଦ୍ଧାର କରି ଏମ କେ ସି ଜି ମେଡିକାଲରେ ଆଶୁ ଚିକିତ୍ସା ବିଭାଗରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ମହାନଗର ଯନ୍ତ୍ରୀ ମାନଙ୍କ ଅପାରଗତା ତଥା ଦୀର୍ଘ ଦିନ ଧରି ଗାଦି ମାଡି ବସି ଦୁର୍ନୀତି ଗ୍ରସ୍ତ ହେବା ଯୋଗୁଁ କୌଣସି ନିର୍ମାଣ ଧିନ କାର୍ଯ୍ୟ କୁ ସଠିକ ମାନ ଦଣ୍ଡ ରେ ନିର୍ମାଣ କରାଯାଉନଥିବା ଅଭିଯୋଗ ହେଉଛି। ଯାହା ଫଳରେ ସାମାନ୍ୟ ବର୍ଷା ରେ ନାଳ ପାଣି ରାସ୍ତାରେ ପ୍ରବାହିତ ହେଉଛି। ଫଳରେ ବର୍ଷା ପାଣି ରାସ୍ତାରେ ପ୍ରବାହିତ ଯୋଗୁଁ ରାସ୍ତା ଓ ମୁକୁଳା ନାଳ ମଝିରେ ପାର୍ଥକ୍ୟ ଜାଣିନପାରି ଏଭଳି ଘଟଣା ଘଟୁଛି।ଅନ୍ୟ ପକ୍ଷରେ ଡ୍ରେନ ନିର୍ମାଣ ପରେ ପ୍ଳେଟ ନ ପକାଇ ମୁକୁଳା ଛାଡି ଦେଉଛନ୍ତି।ମହାନଗର ନିଗମ କର୍ତ୍ତୃପକ୍ଷ ତଥା ଯନ୍ତ୍ରୀ ଙ୍କ ଅପାରଗତା ଓ ଅବହେଳା ପାଇଁ ଶିଶୁଟିର ମୃତ୍ୟୁ ଘଟିଥିବା ସାଧାରଣ ରେ ଅଭିଯୋଗ ହେଉଛି ।ଏହି ଘଟଣା ର ଖବର ପାଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୃତ୍ୟୁ ବରଣ କରିଥିବା ନାବାଳକ ପରିବାର କୁ ଭେଟି ସମବେଦନା ଜଣାଇଛନ୍ତି।