ବ୍ରହ୍ମପୁର,୨୪/୦୮/୨୦୨୪: ଚିକିଟି ମଦ ମୃତ୍ୟୁ ପରେ ଜିଲ୍ଲା ଅବକାରୀ ବିଭାଗ ସକ୍ରିୟ ହୋଇଉଠିଛି।ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲା ରେ ଚଢାଉ ଜୋରଦାର ହେଉଛି ।ଏହି କ୍ରମେ ରେ ଆଜି ଦକ୍ଷିଣାଞ୍ଚଳ ଅବକାରୀ ବିଭାଗ ପକ୍ଷରୁ ଆଜି ଗୋପାଳପୁର
ଥାନା ଅନ୍ତର୍ଗତ ସାନକୁଶସ୍ଥଳି ଗ୍ରାମ ନିକଟରୁ ଚଢାଉ କରାଯାଇ
ଗୋଟିଏ କାର ରୁ ୧୨୦ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଏଥିରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଏହା ସହ ଗୋଟିଏ ବାଇକ୍ ମଧ୍ୟ ଏଥିରେ ପାଇଲଟିଂ କରୁଥିବା ବେଳେ ତାହା ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଜପତି ଠାରୁ ବ୍ରହ୍ମପୁର କୁ କାର୍ ଯୋଗେ ଚାଲାଣ ହେଉଥିବା ବେଳେ ସାନ କୁଶସ୍ଥଳୀ ଠାରେ ଅବକାରୀ ବିଭାଗ ଚଢ଼ାଉ କରିଥିଲେ। ଗିରଫ ଅଭିଯୁକ୍ତମାନେ ମୋହନା ଓ ଅଡ଼ବା ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ଅବକାରୀ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ଚାଲିଥିବା ବେଳେ ଆଗକୁ ମଧ୍ୟ ଏପରି ଚଢାଉ ଜାରି ରହିବ ବୋଲି ସୂଚନା ମିଳିଛି ।