ସଦସ୍ୟତା ଅଭିଯାନ ୨୦୨୪ ପାଇଁ ଅନୁଷ୍ଠିତ ହେଲା ବିଜେପିର ଜିଲ୍ଲା ସ୍ତରୀୟ କର୍ମଶାଳା

0
33

ବ୍ରହ୍ମପୁର,୨୪/୦୮/୨୦୨୪: ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା ସ୍ଥାନୀୟ ପାଢ଼ୀ ସେଲିବ୍ରେସନ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଡ଼. ଯତୀନ ମହାନ୍ତି,ଜଗତସିଂହପୁର ସାଂସଦ ବିଭୂ ପ୍ରସାଦ ତରାଇ,ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର,ପୂର୍ବତନ ରାଜ୍ୟ ଉପସଭାପତି କୁଞ୍ଜବିହାରୀ ପାଣିଗ୍ରାହୀ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ଏହି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ସଦସ୍ୟତା ଅଭିଯାନ ସଂଯୋଜକ ପରେଶ ଚନ୍ଦ୍ର ରଥ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ପ୍ରଶାନ୍ତ ନାୟକ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ କରିଥିଲେ । ସେହିପରି ସଦସ୍ୟତା ଅଭିଯାନ ପାଇଁ ଆସନ୍ତା ୨୬,୨୭ ଓ ୨୮ ତାରିଖରେ ମଣ୍ଡଳସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ ବୋଲି ନିଷ୍ପତି ହୋଇଛି । ଆସନ୍ତା ୩୧ ତାରିଖ ସୁଦ୍ଧା ବୁଥସ୍ତରୀୟ କର୍ମଶାଳା ଆୟୋଜନ କରାଯିବ । ଭାରତୀୟ ଜନତା ପାର୍ଟିର ବିଚାରଧାରା ହିଁ ଏହି ଦଳକୁ ଅନ୍ୟ ରାଜନୈତିକ ଦଳ ଠାରୁ ଭିନ୍ନ ବୋଲି ପରିଚୟ ଦେଇଥାଏ । ଦେଶର ପୁନନିର୍ମାଣ ପାଇଁ ବିଜେପି ସର୍ବଦା ଉଦ୍ୟମରତ । ସେଥିପାଇଁ ଆସନ୍ତା ସେପ୍ଟେମ୍ୱର ୧ତାରିଖରୁ ଦେଶବ୍ୟାପୀ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ କରାଯିବ । ରାଜ୍ୟରେ ଏକକୋଟି ସଦସ୍ୟଙ୍କୁ ବିଜେପିରେ ସାମିଲ କରାଯିବ । ଉଭୟ ଅନଲାଇନ ଏବଂ ଅଫ ଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ । ଆଜି ଏହାକୁ ନେଇ ବ୍ରହ୍ମପୁରରେ ଜିଲ୍ଲା ବିଜେପି ପକ୍ଷରୁ ସ୍ୱତନ୍ତ୍ରଭାବେ ସଦସ୍ୟ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନ ୪୫ ଦିନ ଚାଲିବ । ୨୫ବର୍ଷର ସରକାରକୁ ଧ୍ୱଂସ କରି ଗତ ନିର୍ବାଚନରେ ଜନତା ବିଜେପି ଉପରେ ଭରଷା କରିଛନ୍ତି । ଏହି ସରକାର କମ ଦିନ ମଧ୍ୟରେ ଲୋକଙ୍କ ପାଇଁ କାମ କରି ଓଡ଼ିଶାବାସୀଙ୍କ ପ୍ରିୟଭାଜନ ହୋଇପାରିଛି । ଜନସାଧାରଣଙ୍କ ଏହି ଆଶାକୁ ଅଧିକ ମଜଭୁତ୍ କରିବା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆଗକୁ ଆସି ଅଧିକ ଲୋକଙ୍କୁ ବିଜେପିରେ ସାମିଲ କରାଇବା ଲାଗି ଜିଲ୍ଲାର ପ୍ରତ୍ୟକ ବୁଥରୁ ପ୍ରାଥମିକ ସଦସ୍ୟତା ଅଭିଯାନ ଆରମ୍ଭ ହେବ । ବୈଷୟିକ ଜ୍ଞାନ, ବ୍ୟକ୍ତିଗତ ସମ୍ପର୍କ,ସାଂଗଠିକ ଶକ୍ତି ମିଶ୍ରଣରେ ବିପୁଳ ସଂଖ୍ୟାରେ ବିଜେପି ସଦସ୍ୟତା ଗଠନ କରିବ । ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାରେ ବିଜେପି ଶକ୍ତିଶାଳୀ ସଂଗଠନ ହିସାବରେ ଓଡ଼ିଶା ପ୍ରଦେଶରେ ଶିଖରରେ ପହଞ୍ଚାଇବାକୁ ଦଳୀୟ ନେତୃବୃନ୍ଦ ଆଜି ସଂକଳ୍ପ ନେଇଛନ୍ତି । ସଂଗଠନର ଆତ୍ମା ହେଉଛି ପ୍ରାଥମିକ ସଦସ୍ୟତା ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଡ଼. ଯତୀନ ମହାନ୍ତି କହିଛନ୍ତି । ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟକର୍ତ୍ତା ଲୋକଙ୍କ ପାଖକୁ ଯାଇ ସଂପର୍କ ସ୍ଥାପନ କରିବେ । ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ କରିବା ଏବଂ ନୂତନ ସଦସ୍ୟ ସଂଗ୍ରହ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏଥିଲାଗି ଜିଲ୍ଲାରେ ଜାତି, ବର୍ଣ୍ଣ, ଅନୁସୂଚିତ ଜାତି/ଜନଜାତି, ମହିଳା, ଯୁବକ, ଛାତ୍ର, ଗରିବ, ମଧ୍ୟମ ବର୍ଗ ମଧ୍ୟରେ ସଦସ୍ୟତା ଅଭିଯାନକୁ ତୀବ୍ର କରାଯିବ । ସେହିପରି ପ୍ରଥମ ଥର ମତଦାତା ହୋଇଥିବା ବା ହେବାକୁ ଯାଉଥିବା ଯୁବକ ଓ ଯୁବତୀମାନଙ୍କୁ ଯୋଗାଯୋଗ କରି ସେମାନଙ୍କୁ ଦଳର ସଦସ୍ୟ ଭାବେ ସାମିଲ କରାଯିବ । ଏହି ଅଭିଯାନରେ ସରକାରୀ ଯୋଜନାର ଲାଭାର୍ଥୀ, ସ୍କୁଲ, କଲେଜ, ଛାତ୍ରାବାସ, ସହିଦଙ୍କ ପରିବାର ଏବଂ ବସ୍ତିରେ ବାସ କରୁଥିବା ବ୍ୟକ୍ତି ବିଶେଷମାନଙ୍କୁ ସଦସ୍ୟ କରିବା ପାଇଁ ପ୍ରାଥମିକତା ଦିଆଯିବ । ସଦସ୍ୟତା ଅଭିଯାନକୁ ମଲ୍‌, ହାଟ ବଜାର, ରେଳ ଷ୍ଟେସନ, ବସଷ୍ଟାଣ୍ଡ ତଥା ଅନ୍ୟାନ୍ୟ ଜନ ଏକତ୍ରିକରଣ ସ୍ଥାନରେ କରାଯିବା ସହ ଛୋଟ ସଭା, ଡ୍ରାମା ଏବଂ ଛତା ଲଗାଇ ସାଧାରଣ ଜନତାଙ୍କୁ ୮୮୬୦୧୪୭୧୪୭ ନଂ ରେ ମିସ୍ କଲ୍ ଦେବାପାଇଁ କୁହାଯିବ ବୋଲି ଜଗତସିଂହପୁର ସାଂସଦ ବିଭୂ ପ୍ରସାଦ ତରାଇ କହିଛନ୍ତି । ଆଜିର ଏହି କର୍ମଶାଳାରେ ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ସଦସ୍ୟତା ଅଭିଯାନର ତିନି ଜଣ ସହ ସଂଯୋଜକ ସଞ୍ଜୟ ଜେନା,ପଦ୍ମ ଚରଣ ସାହୁ,ହରିବନ୍ଧୁ ରେଡ୍ଡୀ,ବର୍ଷିୟାନ ନେତା ପାର୍ଥ ମୋହନ ଦଳେଇ,ରାଜ୍ୟ ପ୍ରବକ୍ତା ଟି.ଗୋପି,ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ଗଙ୍ଗାଧର ଶତପଥ,ବିନୋଦ ମିଶ୍ର,ରଶ୍ମିରାଣୀ ମହାପାତ୍ର,ବରିଷ୍ଠ ନେତା ସୁନିଲ କୁମାର ସାହୁ,ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା,ରତ୍ନଗର୍ଭା ସରସ୍ଵତୀ ଦେବୀ,ଏସ୍.ରାଣୀ,ନିବେଦିତା ପାଢ଼ୀ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୁଜାନନ୍ଦ ବିଶ୍ୱାଳ,କର୍ପୋରେଟର ସବିତା ସାହୁ,ସାବିତ୍ରୀ ନାୟକ,ବନିତା ସାହୁ,ବ୍ରହ୍ମପୁର ବିଧାନସଭା ପ୍ରଭାରୀ ରାମ ପ୍ରସାଦ ସାମଲ,ଚନ୍ଦ୍ରଶେଖର ରେଡ୍ଡୀ,ରାଜେଶ ସାହୁ,ଗୋୖରୀ ସାମନ୍ତରା,କିର୍ତ୍ତନ ଦାସ,ଶ୍ରୀକାନ୍ତ ପାଢ଼ୀ,ଏସ୍.ଶ୍ରୀନିବାସ,ଡ଼ା ଅମୁଲ୍ୟ ଚୌଧୁରୀ,ପ୍ରଶାନ୍ତ ମହାରଣା,ଚଣ୍ଡୀ ଚରଣ ସାହୁ,କୁଞ୍ଜବିହାରୀ ପଣ୍ଡା,ପ୍ରଦୀପ ମିଶ୍ର,କେ.ରବି ରାଓ ପ୍ରମୁଖଙ୍କ ସମେତ ଜିଲ୍ଲା ପଦାଧିକାରୀ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ,ମଣ୍ଡଳ ସଭାପତି,ସାଧାରଣ ସମ୍ପାଦକ,ପ୍ରଭାରୀ ଏବଂ ସଦସ୍ୟତା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here