ଡ୍ରାଇଭିଂ ଟ୍ରେନିଂ ସ୍କୁଲରେ ପ୍ରଥମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ମନ୍ତ୍ରୀ

0
44

ବ୍ରହ୍ମପୁର,୨୫/୦୮/୨୦୨୪:
ରଙ୍ଗେଇଲୁଣ୍ଡା ବ୍ଲକ୍ ପାଲୁର୍ ହିଲ୍ ସ୍ଥିତ ସରକାରୀ ଡ୍ରାଇଭିଂ ଟ୍ରେନିଂ ସ୍କୁଲରେ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ।କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ। !ଜଣେ ବ୍ୟକ୍ତି କିପରି ସୁବାହକ ହୋଇ ଲୋକ ମାନଙ୍କ ଜୀବନ ରକ୍ଷା କରିବା ସହ ଦୁର୍ଘଟଣା ମୁକ୍ତ ସମାଜ ଗଠନ କରି ପାରିବ ସେ ଦିଗରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।ଏହି ଡ୍ରାଇଭିଂ ଟ୍ରେନିଂସ୍କୁଲ ରେ ଶହେ ରୁ ଉର୍ଦ୍ଧ୍ବ ଛାତ୍ର ଟ୍ରେନିଂ ନେଉଛନ୍ତି। ଏହା ସହିତ ପିଲା ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଅଭିଜ୍ଞ ପ୍ରଶିକ୍ଷକ ଭାବରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇଛନ୍ତି ଏବଂ ପ୍ରଶିକ୍ଷକ ମାନେ ଉଚିତ୍ ଡ୍ରାଇଭିଂ ତାଲିମ ପ୍ରଦାନ କରୁଛନ୍ତି । ତିନି ମାସ ଟ୍ରେନିଙ୍ଗ ପରେ ଡ୍ରାଇଭିଂ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରୁଛନ୍ତି ।ଏହିପରି ତାଲିମ କେନ୍ଦ୍ର ଓଡିଶା ରେ ଚାରି ଗୋଟି ରହିଥିବା ବେଳେ ସେଥି ମଧ୍ୟରୁ ଏହା ଅନ୍ୟତମ।ଉକ୍ତ ସରକାରୀ ଡ୍ରାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ରେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପରେ ଡ୍ରାଇଭର ମାନେ କୌଣସି ସରକାରୀ ବାହାନ ରେ ଗାଡି ଚାଳନା କରିଥାନ୍ତି।ଉକ୍ତ କେନ୍ଦ୍ର ରେ ବର୍ତ୍ତମାନ ଏକଶହ ଦଶଜଣ ପ୍ରଶିକ୍ଷଣ ନେବା ସହ ସମସ୍ତ ରହିବା ଖାଇବା ଖର୍ଚ୍ଚ ମାଗଣା ରାଜ୍ୟ ସରକାର ବହନ କରୁଛନ୍ତି ଏବଂ ପ୍ରତି ମାସ ଷ୍ଟାଇପେଣ୍ଡ ବାବଦରେ ତିନି ହଜାର ଟଙ୍କା ପ୍ରଦାନ କରୁଥିବା ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।କେନ୍ଦ୍ର ସରକାରଙ୍କ ଭୂପୃଷ୍ଠ ଓ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ରାଜ୍ୟରେ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ସ୍ଥାପନ କରା ଯାଇଛି। କେନ୍ଦ୍ରୀୟ ମଟରଯାନ ଅଇନରେ ମଧ୍ୟ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ସ୍ଥାପନା ପାଇଁ ବିଭିନ୍ନ ପ୍ରକାର ଭିଭିଭୂମି ଓ ଆନୁସଙ୍ଗିକ ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇଛି I ସମଗ୍ର ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ଡ୍ରାଇଭିଂ ଟ୍ରେନିଂ ସ୍କୁଲ୍‌ଗୁଡ଼ିକ  ରାଜ୍ୟ ପରିବ‌ହନ ପ୍ରାକରଣ ପକ୍ଷରୁ ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାନାମା ଦିଆଯାଇଛି।ଥରେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପାଇଁ ସଂସ୍ଥା ରେଜିଷ୍ଟ୍ରିଭୁକ୍ତ ହେଲା ପରେ ତା’ର ଭିଭିଭୂମି ଓ କାର୍ଯ୍ୟଳୟ ସମ୍ପର୍କରେ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ପକ୍ଷରୁ ଯାଞ୍ଚ୍ କରାଯାଉଛି। ଏହି ପ୍ରମାଣପତ୍ର ପ୍ରଦାନ କରିବାରେ ରାଜ୍ୟରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସହିତ ମିଶି ଟ୍ରେନିଂରେ ଲାଇସେନ୍ସ ପ୍ରଦାନ କରୁଛନ୍ତି। ପରିଶେଷରେ ମାଆ ପାଇଁ ଗଛ ଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ କମିଶନର ଦୀପ୍ତି ରଞ୍ଜନ ପାତ୍ର, ଜଏଣ୍ଟ କମିଶନର ପ୍ରଦୀପ ମହାନ୍ତି, ଭୁବନେଶ୍ୱର ପ୍ରଶିକ୍ଷଣ କେନ୍ଦ୍ର ର ଅଧିକ୍ଷକ ବିକାଶ ଚୌଧୁରୀ, ଗଞ୍ଜାମ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, ଗଞ୍ଜାମ ଏମ. ଭି, ଆଇ,ରବୀନ୍ଦ୍ର ନାଥ ଜେନା, ଛତିଆ ପ୍ରଶିକ୍ଷଣ କେନ୍ଦ୍ର ର ଏସ.କେ. ସିଦ୍ଧିକ ଙ୍କ ସହ ବେଷ୍ଟ ପ୍ରଶିକ୍ଷକ ଭାବେ କୃଷ୍ଣ ସାହୁ ଙ୍କୁ ସମ୍ମାନିତ କରିଥିବା ବେଳେ ଏହି ବର୍ଷର ଶ୍ରେଷ୍ଠ ଛାତ୍ର ଭାବେ ବାଦଲ କୁମାର ସାହୁଙ୍କୁ ସମ୍ମାନିତ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ରବୀନ୍ଦ୍ର ସେଠି ଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here