୩୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବାଣ୍ଟିଲେ ମାନ୍ୟବର ମନ୍ତ୍ରୀ

0
28

ବୁଗୁଡ଼ା ୨୫/୦୮/୨୪ ବୁଗୁଡ଼ା ପ୍ରାଣୀ ଚିକିତ୍ସାଳୟ ପରିସରରେ ଅଗଷ୍ଟ ୨୫ ତାରିଖ ଦିନ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଳିକ ୩୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପତ୍ର ବଣ୍ଟନ କରିଥିଲେ। ପ୍ରାଣୀ ସମ୍ପଦ ବିକାଶ ବିଭାଗର ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ଏହି କାର୍ଯ୍ୟାଦେଶ ପତ୍ର ବଣ୍ଟା ଯାଇଥିଲା। ବ୍ରଏଲର କୁକୁଡ଼ା ଚାଷ , ଅଣ୍ଡା ଦିଆ କୁକୁଡ଼ା ଚାଷ , ବତକ, ଛେଳି ଓ ଗାଈ ପାଳନ ପ୍ରଭୃତି ଯୋଜନା ପାଇଁ କାର୍ଯ୍ୟାଦେଶ ଦେଇ ପ୍ରତି ପଞ୍ଚାୟତରେ ଯେପରି ଅଧିକ ହିତାଧିକାରୀ, ଯୁବକ ଓ ଯୁବତୀ ଏବଂ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳାମାନେ ଆବେଦନ କରି ଏହାର ସୁଯୋଗ ନେଇ ଆତ୍ମନିର୍ଭରଶୀଳ ହେଇପାରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଯୁବକ ଓ ଯୁବତୀ ବୃନ୍ଦ ଆର୍ଥିକ ସ୍ବାବଲମ୍ବୀ ହେଇପାରିବେ ବୋଲି ପ୍ରକାଶ କରିଥିବା ମନ୍ତ୍ରୀ ଶ୍ରୀ ମଳିକ କହିଥିଲେ। ବୁଗୁଡା ପ୍ରାଣୀ ସମ୍ପଦ ଚିକିତ୍ସାଧିକାରୀ ଡାକ୍ତର ଶୁଭ୍ରାଂଶୁ ଶେଖର ରାଉତ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅତିରିକ୍ତ ପ୍ରାଣୀ ସମ୍ପଦ ଡାକ୍ତର ପିଙ୍କି ସାହୁ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ନଗର ସଭାପତି କେଦାରନାଥ ମହାରଣା ଓ ଯୁବନେତା ବବୁଲ ନାୟକ ଯୋଗଦେଇଥିଲେ। ପ୍ରାଣୀ ଚିକିତ୍ସାଳୟ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here