ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ପାଳିତ

0
29

ବ୍ରହ୍ମପୁର,୨୫/୦୮/୨୦୨୪: ସ୍ଥାନୀୟ ଆଇ ଟି ଆଇ ସଭାମଣ୍ଡପ ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ସମାରୋହକୁ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନ ବାଲେଶ୍ଵର ସାଂସଦ ଡଃ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଉଦଘାଟନ କରି ସଂସ୍କୃତର ଅବଦାନ ଉପରେ କହିଥିଲେ । ସଂସ୍କୃତକୁ ମଧ୍ୟ ଜୀବିକା ନିର୍ବାହ ର ବିଭିନ୍ନ ପନ୍ଥା ରହିଛି ଉଲ୍ଲେଖ କରିଥିଲେ ।ଏହାର ସୁରକ୍ଷା ରେ ଓଡ଼ିଆ ଭାଷାର ବିକାଶ ହୋଇ ପାରିବ ।ବିଶିଷ୍ଟ ଅତିଥି ରୂପେ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ସଂସ୍କୃତ ଭାଷାର ସୁରକ୍ଷା ଜରୁରୀ କେବଳ ଶିକ୍ଷକଙ୍କ ମାନଙ୍କ ଗୁରୁ ଦାୟିତ୍ଵ ନିର୍ବାହ କରିବାକୁ ପରାମର୍ଶ ଦେଇଥଲେ ।ସମ୍ମାନିତ ଅତିଥି ରୂପେ ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ କୁମାର ମହାପାତ୍ର ଯୋଗ ଦେଇ ମାନବ ସମାଜର ଆଦର୍ଶ ଚରିତ୍ର ନିର୍ମାଣ ସଂସ୍କୃତର ନୀତି ଶିକ୍ଷା ଉପରେ ଆଧାରିତ ।ମୁଖ୍ୟ ବକ୍ତା ଦିଲ୍ଲୀ ଶ୍ରୀ ଲାଲବାହାଦୁର ଶାସ୍ତ୍ରୀ ସଂସ୍କୃତ ବିଶ୍ଵବିଦ୍ୟାଳୟର ପ୍ରୋ ଶ୍ରୀ ଭାଗିରଥି ନନ୍ଦ ଛାତ୍ର ଛାତ୍ରୀଙ୍କୁ ସରଳ ସଂସ୍କୃତ ଭାଷାରେ ବୁଝାଇଥିଲେ। ରାଜ୍ୟ ସମ୍ପାଦକ ଡଃ କୁମାର ଚନ୍ଦ୍ର ମିଶ୍ର ଯୋଗ ଦେଇ କହିଲେ ଶିକ୍ଷକ ମାନେ ସଂଗଠିତ ହେଲେ ସବୁ ସମସ୍ୟାର ସମାଧାନ ହୋଇପାରିବ। ଏହାକୁ ଜିଲ୍ଲା ସଭାପତି ପ୍ରମୋଦ କୁମାର ବାଜୁବନ୍ଧଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହର ପ୍ରାରମ୍ଭରେ ମୁଖ୍ୟ ଉପଦେଷ୍ଟା ଶ୍ରୀ ଗୋପାଳକୃଷ୍ଣ ପାଢ଼ୀ ସ୍ଵାଗତ ଓ ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ଶ୍ରୀ ଜୟରାମ ମିଶ୍ର ବିବରଣୀ ପଠନ କରିଥିଲେ। ବ୍ରହ୍ମପୁର ବେଦ ପାଠ ଶାଲାର ବିଦ୍ୟାର୍ଥୀ ପ୍ରାରମ୍ଭରେ ବେଦ ମନ୍ତ୍ର ପାଠ କରିଥିଲେ ।ନାଳନ୍ଦା ଶ୍ରୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ସ୍ଵାଗତ ଗୀତିକା ଗାନ କରିଥିଲେ ।ବିନାୟକ ତ୍ରିପାଠୀ ,ବିଶ୍ଵନାଥ ଦାଶ,ସିମାଚଳ ତ୍ରିପାଠୀ ମାନପତ୍ର ପାଠ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ,ମୁଖ୍ୟ ବକ୍ତା ,ରାଜ୍ୟ ସମ୍ପାଦକ ଙ୍କୁ ଉତ୍ତରୀୟ ,ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା ।ଡଃ ଦୁର୍ଗା ପ୍ରସାଦ ମିଶ୍ର ସଂଯୋଜନା କରିଥିଲେ ।ଅବସର ପ୍ରାପ୍ତ ୧୪ ଜଣ ଶିକ୍ଷକଙ୍କ ସମ୍ବର୍ଦ୍ଧିତ କରାଯାଇ ଥିଲା । ଆଇ ଟି ଆଇ ର ଅଧ୍ୟକ୍ଷ ରଞ୍ଜନ କୁମାର ପରିଡ଼ା ,ରାଜ୍ୟ ଉପସଭାପତି ଲମ୍ବୋଦର ଶତପଥୀ ମଞ୍ଚାସିନ ଥିଲେ । ବିଦ୍ୟାଳୟ ସ୍ତରୀୟ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।ଉକ୍ତ କାର୍ଯ୍ୟ କ୍ରମକୁ ରଞ୍ଜିତ ପଣ୍ଡା ,ମାମି ସାହୁ ,ପ୍ରଭାକର ପଣ୍ଡା ,ସମୀର ବେହେରା , ପ୍ରଫୁଲ୍ଲ ଦାଶ,ନିତ୍ୟାନନ୍ଦ ଦାଶ,ବିଭୂତି ତ୍ରିପାଠୀ ,ସାଲବେଗ ଶତପଥୀ ,ଅରୁନ୍ଧତୀ ପଟ୍ଟନାୟକ , ରୋହିତ ସେଠୀ ,ଅନିତା ଦାସ ,ବାବିତାଞ୍ଜଳି ମିଶ୍ର ,ବିଦ୍ୟାଧର ଦାଶ,ଧନୁର୍ଦ୍ଧର ବେହେରା ପ୍ରମୁଖ ସକ୍ରିୟ ଅଂଶ କରିଥିଲେ । ଶେଷରେ ଆଦିତ୍ୟ ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ । ସ୍ଥାନୀୟ ସମ୍ରାଟ ମହା ବିଦ୍ୟାଳୟ ,ନାଳନ୍ଦା ଶ୍ରୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର କର୍ତ୍ତୃପକ୍ଷ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ । ସ୍ଥାନୀୟ ଶିକ୍ଷାବିତ୍ ,ବୁଦ୍ଧିଜୀବୀ ,ସାମ୍ବାଦିକ,ରାଜନେତା,ଅଭିଭାବକ,୩୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ୪୦୦ ରୁ ଉର୍ଦ୍ଧ ଶିକ୍ଷକ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here