ଦିବ୍ୟ ଜୀବନ ସଂଘ ମହିଳା ଶାଖା ତରଫରୁ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

0
28

ବ୍ରହ୍ମପୁର,୨୮/୦୮/୨୦୨୪: ଦିବ୍ୟ ଜୀବନ ସଂଘ ମହିଳା ଶାଖା ତରଫରୁ ରାଧା ପ୍ରାଣଧନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଶ୍ରୀକୃଷ୍ଣ ଶୋଡ଼ଶ ପୂଜା ଉପଚାର ସହିତ ଅର୍ଚ୍ଚନା, ଅଭିଷେକ, ଆରତୀ ଓ ଭାଗବତ ପାଠ ଆଶ୍ରମ ର ବରିଷ୍ଠ ଗୁରୁଭାଇ ଅରୁଣ କୁମାର ଦାସ ଓ ପୁରୋହିତ ସିପୁ ଭାଇଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା। ସ୍ବାମୀ ସଦଗୁରୁ ଶିବାନନ୍ଦ ସରସ୍ଵତୀ ମହାରାଜଙ୍କ ପବିତ୍ର ବାଣୀ ‘ ଭଲ ହୁଅ, ଭଲ କର ‘ ଓ ‘ ମାନବ ସେବା ହିଁ ମାଧବ ସେବା କୁ ଆଦୃତ କରି ପବିତ୍ର ନନ୍ଦୋତ୍ସବ ଉପଲକ୍ଷେ ସ୍ଥାନୀୟ ଦୃଷ୍ଟିହୀନ ବିଦ୍ୟାଳୟ ଓ ଅନାଥାଶ୍ରମର ସମସ୍ତ ଅନ୍ତେବାସୀ ଙ୍କୁ ମିଷ୍ଟାନ୍ନ,ଜଳଖିଆ ଓ ଫଳ ବଣ୍ଟନ କରିବା ସହିତ ସମସ୍ତଙ୍କ ସୁସ୍ଥ ଅରୋଗ୍ୟ କାମନା କରି ମନ୍ତ୍ର ଉଚ୍ଚାରଣ ସହିତ ସତସଙ୍ଗ କରଯାଇଥିଲା। ଆସନ୍ତା ୩୧ ତାରିଖ ରେ ସଦଗୁରୁ ସ୍ବାମୀ ଚିଦାନନ୍ଦ ମହାରାଜାଙ୍କ ପବିତ୍ର ୧୬ତମ ପୁଣ୍ୟତିଥି ଅବସର ରେ ସମସ୍ତେ ଉପସ୍ଥିତ ରହିବାକୁ ଦିବ୍ୟ ଜୀବନ ସଂଘ ଦକ୍ଷିଣାଞ୍ଚଳ ସମନ୍ୱୟ ସମିତି ର କୋଷାଧ୍ୟକ୍ଷ ଶାନ୍ତିଭୂଷଣ ପଣ୍ଡା ଅନୁରୋଧ କରିଥିଲେ। ଏହି ସବୁ ଦିବ୍ୟ କାର୍ଯ୍ୟକ୍ରମ କୁ ସଂଘ ର ସଭାନେତ୍ରୀ ଜ୍ୟୋତ୍ସ୍ନା ରାଣୀ ଦାଶ, ସନ୍ଧ୍ୟା ରାଣୀ ପାଣିଗ୍ରାହୀ, ରବୀନ୍ଦ୍ରନାଥ ଦାଶ, ମମତା ମହାପାତ୍ର, ଶକୁନ୍ତଳା, ସୁରେଶ ବରାଡ, ଇନ୍ଦ୍ରମଣି ସ୍ୱାଇଁ, ପ୍ରମିଳା ମହାରଣା, ଶାରଦା ଦାଶ, ଅଲେଖ ବେହେରାଙ୍କ ସମେତ ଅଞ୍ଚଳ ର ପ୍ରାୟ ଶତାଧିକ ମହିଳା ଉପସ୍ଥିତ ଥିଲେ। ଶ୍ରୀନିବାସ ପତ୍ର ଓ ପ୍ରସାନ୍ତ କୁମାର ନନ୍ଦ ଙ୍କ ତତ୍ତ୍ଵାବଧାନରେ ସୁନ୍ଦରକାଣ୍ଡ ପାଠ ଓ ସତସଙ୍ଗ ଅନୁଷ୍ଠିତ ହେଇଥିଲା।

LEAVE A REPLY

Please enter your comment!
Please enter your name here