ପୋଲସରା କଲେଜରେ ଜାତୀୟ କ୍ରିଡ଼ା ଦିବସ ପାଳିତ

0
13

ପୋଲସରା, ୨୯/୦୮/୨୪ : ହକି ଖେଳର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଅଗଷ୍ଟ ୨୯ ତାରିଖକୁ ଭାରତ ସରକାର ୨୦୧୨ ମସିହାରୁ ଜାତୀୟ କ୍ରୀଡା ଦିବସ ରୂପେ ପାଳନ ପାଇଁ ନିଷ୍ପତ୍ତି ନେଇଥିଲେ । ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ କ୍ରିଡ଼ା ଦିବସ ପାଳିତ ହୋଇଯାଇଛି। କ୍ରୀଡା ଦିବସ ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ରନାଥ ପାଳ କ୍ରୀଡା ପତକା ଉତ୍ତୋଳନ କରି ପିଲାମାନଙ୍କୁ କ୍ରୀଡାର ମହତ ଉଦ୍ଦେଶ୍ୟ ସଂମ୍ପର୍କରେ ଆଲୋକପାତ କରିଥିଲେ । ଦୈନନ୍ଦିନ ଜୀବନରେ ଖେଳର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏନ୍.ସି.ସି. ଅଫିସର ଲେଫନାଣ୍ଟ ବିନତା କୁମାରୀ ଦାସ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ଶପଥ ପାଠ କରାଇଥିଲେ । ଶେଷରେ ପ୍ରାଧ୍ୟାପକ ରୂଦ୍ର ପ୍ରସାଦ ଗୌଡ଼, କ୍ରିଡା ଶିକ୍ଷକ ଦିପକ କୁମାର ସାହୁ କ୍ରିଡ଼ାର ଉପକାରୀତା ବିଷୟରେ ବକ୍ତବ୍ୟ ରଖିଥିଲେ । ଏହି ଜାତୀୟ କ୍ରୀଡ଼ା ଦିବସ କାର୍ଯ୍ୟକ୍ରମରେ ଅଧ୍ୟାପକ ଉଷାରଞ୍ଜନ ଦାସ, ରାକେଶ ପ୍ରଧାନ, ପ୍ରକାଶ ଚନ୍ଦ୍ର ସାହୁ, ସେଖ୍ ଫରିଦ୍ , ଲିପିନାଥ ସିଂହ, ଟୁଟୁ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here