ବୁଗୁଡା , ( ଅନିଲ କୁମାର ମହାରଣା) : ଆଜି ସନ୍ଧ୍ୟା ସମୟରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବିରଞ୍ଚିପୁର ଗ୍ରାମ ପଞ୍ଚାୟତର କଦମ୍ୱ ମଠ ଠାରେ ବିଜୁ ଜନତା ଦଳର ସକ୍ରିୟ କର୍ମୀମାନଙ୍କୁ ନେଇ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୋଲସରା ପୂର୍ବତନ ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ପଞ୍ଚାୟତର ସମସ୍ତ ବିଜେଡି କର୍ମୀମାନେ ଯୋଗଦେଇ ଆଲୋଚନା ଅଂଶ ଗ୍ରହଣ କରିଥିଲେ।ପୂର୍ବତନ ବିଧାୟକ ଶ୍ରୀସାହୁ ପୋଲସରା ନିର୍ବାଚନ ମଣ୍ଡଳୀରେ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟକୁ ନେଇ ସମୀକ୍ଷା କରିବା ସହିତ କିଭଳି ଭାବେ ପୁନର୍ବାର ସଂଗଠନକୁ ସୁଦୃଢ଼ କରାଯିବ ସେହି ବିଷୟରେ କର୍ମୀମାନଙ୍କ ସହ ଆଲୋଚନା କରିଛନ୍ତି। ବିଜେଡିର ବରିଷ୍ଠ ନେତା କବିରାଜ ଗୌଡ, ମୁକୁନ୍ଦ ନାୟକ, ୪୩ ନଂ ଜିଲ୍ଲା ପରିଷଦ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ବି.କରଡ଼ାବାଡ଼ି ସରପଞ୍ଚ ସତ୍ୟନାରାୟଣ ଆଚାରୀ, ରାମଚନ୍ଦ୍ର ନାୟକ, ଗୋପୀନାଥ ସ୍ୱାଇଁ, ବିରଞ୍ଚିପୁର ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ସେଠୀ, ମନୋଜ କୁମାର ମହାନ୍ତି, ଆଶୀର୍ବାଦ ସାହୁ, ଅଚ୍ୟୁତ ସାହୁ, ଭୀମ ବିଷୋୟୀ, ମାଧବ ସେଠୀ ପ୍ରମୁଖଙ୍କ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।