ଏନଏସଏସ ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0
49

ପୋଲସରା , ୩୦/୮/୨୪ : ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ରାଷ୍ଟ୍ରୀୟ ସେବା ଯୋଜନା (ଏନଏସଏସ) କୋ-ୟୁନିଟ ପକ୍ଷରୁ ଅଗଷ୍ଟ ୩୦ ତାରିଖ ଠାରୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ସ୍ୱତନ୍ତ୍ର ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ଭାରପ୍ରାପ୍ତ ଅଧ୍ୟକ୍ଷ ରୁଦ୍ର ପ୍ରସାଦ ଗୌଡ଼ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ପୋଲସରା ବନାଞ୍ଚଳର ସହ ବନାଞ୍ଚଳ ଅଧିକାରୀ ନନ୍ଦ କିଶୋର ସିଂ ଓ ସମ୍ମାନିତ ଅତିଥି ଭାବେ ଭାବରଡ଼ା ସେକ୍ସନ ବନପାଳ ଭୋଳେଶ୍ବର ମଲ୍ଲିକ ଯୋଗଦେଇ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ବୃକ୍ଷ ରୋପଣ କରିଥିଲେ। ଏନଏସଏସ କୋ-ୟୁନିଟ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଶେଖ ଫରିଦ୍ ଓ ଏନଏସଏସ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଅଧ୍ୟାପକ ଅନିଲ କୁମାର ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏନଏସଏସ ମହିଳା ୟୁନିଟ ପ୍ରୋଗ୍ରାମ ଅଫିସର ବସନ୍ତ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନରେ ଏନଏସଏସ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଭାଷଣ ପ୍ରତିଯୋଗିତାରେ ବିଚାରକ ଭାବେ ଅଧ୍ୟାପିକା ଲେଫନାଣ୍ଟ ବିନତା କୁମାରୀ ଦାସ, ଅଧ୍ୟାପକ କିଶୋର ଚନ୍ଦ୍ର ଜେନା ଓ ଅଧ୍ୟାପକ ବିଭୂତି ଭୂଷଣ ସାହୁ କାର୍ଯ୍ୟ ସମ୍ପାଦନ କରିଥିଲେ।

LEAVE A REPLY

Please enter your comment!
Please enter your name here