ଆୟୁଷ୍ମାନ ଆରୋଗ୍ୟ ଶିବିର ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର

0
46

ବୁଗୁଡା ୩୧/୮/୨୪ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଏକ ଆୟୁଷ୍ମାନ ଆରୋଗ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଯୋଗବିଦ୍ୟା ପ୍ରଦାନ, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଟେଲି ମେଡ଼ିସିନ ଯୋଗେ ବିଶେଷଜ୍ଞ ଡାକ୍ତରଙ୍କ ସହିତ ଆଲୋଚନା କରି ସ୍ୱାସ୍ଥ୍ୟ ସେବା ପ୍ରଦାନ, ରକ୍ତ ପରୀକ୍ଷା କରିବା, ଅଣ ସଂକ୍ରମଣ ରୋଗର ଚିହ୍ନଟ କରିବା ସହିତ ସେବା ପ୍ରଦାନ କରିବା, ମାଗଣାରେ ଔଷଧ ବଣ୍ଟନ, ସାଧାରଣ ଓ ଆୟୁଷ ବିଭାଗରେ ସେବା ପ୍ରଦାନ କରିବା ସହିତ ସମରଝୋଳରେ ଅବସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ମେଡିକାଲ ପରିସରରେ ଏହି ସେବା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ୧୫୭ ଜଣ ରୋଗୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଶଙ୍କର ଚକ୍ଷୁ ଚିକିତ୍ସାଳୟ କର୍ମଚାରୀ ଚିତ୍ରସେନ ଗୌଡ଼ଙ୍କ ନେତୃତ୍ୱରେ ଅନ୍ୟ କର୍ମଚାରୀ ବୃନ୍ଦ ୩୦ ଜଣଙ୍କ ଚକ୍ଷୁ ପରୀକ୍ଷା କରିବା ପରେ ସେମାନଙ୍କ ମଧ୍ୟରୁ ୧୩ ଜଣ ରୋଗୀଙ୍କୁ ଅସ୍ତ୍ରୋପଚାର ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟ ବସରେ ସମରଝୋଳ ନେଇଥିଲେ। ଏଥି ସହିତ ୫ ଜଣ ରୋଗୀଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯାଇଥିଲା। ବିଭିନ୍ନ ପ୍ରକାର ରୋଗ ଉପରେ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ଡାକ୍ତର ଦୟାନିଧି ରାଉତ ଓ ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ ସ୍ଥାନୀୟ ଲୋକଙ୍କୁ ଅବଗତ କରାଇଥିଲେ। ଶିବିରକୁ ଚିତ ରଞ୍ଜନ ପ୍ରଧାନ ସଂଯୋଜନା କରିଥିବା ବେଳେ ଟେକ୍ନିସିଆନ କାଳୀ ପ୍ରସାଦ ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣ ପ୍ରିୟା ପଣ୍ଡା, ଫାର୍ମାସିଷ୍ଟ ସରୋଜ କୁମାର ପଟ୍ଟନାୟକ, ନର୍ସିଙ୍ଗ ଅଫିସର ଗଙ୍ଗା ସାହାଣୀ ଓ ଆଶା କର୍ମୀ ମାନେ ସହଯୋଗ କରିବା ସହିତ ଏହି ଶିବିରକୁ ସଫଳ କରାଇଥିଲେ।

LEAVE A REPLY

Please enter your comment!
Please enter your name here