ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ଯୋଜନାର ନବୀକରଣ

0
15

ଭୁବନେଶ୍ୱର, ୩୧/୦୮/୨୦୨୪
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନକ୍ରମେ ଓଡ଼ିଶା ସରକାରଙ୍କ ତରଫରୁ
ସାମ୍ବାଦିକମାନଙ୍କୁ ଦିଆଯାଉଥ‌ିବା ସ୍ଵାସ୍ଥ୍ୟବୀମା ଯୋଜନାର ଅବଧୂ ୧ ସେପ୍ଟେମ୍ବର ୨୦୨୪ରୁ ୩୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ପରିପ୍ରେକ୍ଷୀରେ ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ଵାସ୍ଥ୍ୟବୀମା ଯୋଜନାର ନବୀକରଣ
ହୋଇଛି । ବାର୍ଷିକ ପ୍ରିମିୟମ୍ ବାବଦରେ ୮ କୋଟି ୫୫ ଲକ୍ଷ ୭୬ ହଜାର ୩୧୪ ଟଙ୍କା ଓରିଏଣ୍ଟାଲ୍ ଇନ୍‌ସ୍ୟୁରାନ୍ସ କମ୍ପାନୀକୁ ପ୍ରଦାନ କରାଯିବା ସହିତ ଏ ସଂକ୍ରାନ୍ତରେ ଇନ୍‌କ୍ୟୁରାନ୍ସ କମ୍ପାନୀ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ମଧ୍ୟରେ ଏକ ଦ୍ଵିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।ପ୍ରାଥମିକ ଭାବେ ଏହି ବୀମା ଯୋଜନାରେ ୭୦୪୧ ଜଣ ସାମ୍ବାଦିକ ଆସନ୍ତା ଏକ ବର୍ଷ ପାଇଁ ଅନ୍ତର୍ଭୁକ୍ତ ହୋଇଛନ୍ତି । ନୂତନ ଭାବେ ଏହି ଯୋଜନାରେ ପଞ୍ଜିକୃତ ହେବା ପାଇଁ ଆବେଦନ କରୁଥ‌ିବା ସାମ୍ବାଦିକ ମାନଙ୍କ ପାଇଁ ସୂଚନା ଓ ଲୋକସଂପର୍କ ବିଭାଗର ପୋର୍ଟାଲ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ଖୋଲିବ । ଏଥିରେ ନୂତନ ଦରଖାସ୍ତ ଆହ୍ବାନ କରାଯିବ ଏବଂ ଏହି ପ୍ରକ୍ରିୟା ଏକ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପଭି ସାମ୍ବାଦିକ କଲ୍ୟାଣକୁ ସୁଦୂରପ୍ରସାରୀ କରିବ ।

LEAVE A REPLY

Please enter your comment!
Please enter your name here