ଦୁଇ ବାଇକ୍ ଚୋର ଗିରଫ,୧୭ ଟି ମୋଟର ସାଇକଲ, ୩୦ ଟି ସାଇକଲ ଜବତ

0
20

ବ୍ରହ୍ମପୁର,୩୧/୦୮/୨୦୨୪:ବ୍ରହ୍ମପୁର ର ବିଭିନ୍ନ ସ୍ଥାନ ରୁ ବାଇକ୍ ଚୋରି କରୁଥିବା ୨ଜଣ ଚୋର କୁ ବୈଦ୍ୟନାଥ ପୁର ପୋଲିସ ଗିରଫ କରିଛି।ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ବଡ ମେଡିକାଲ ଠାରେ ଗୋଟିଏ ବାଇକ୍ ଚୋରି ଘଟଣା ର ତଦନ୍ତ ବେଳେ ଦୁଇ ଗାଡି ଚୋର ପୋଲିସ ହାବୁଡ଼ରେ ଧରା ପଡିଛନ୍ତି।ସେମାନେ ବଡ ମେଡିକାଲ ନିକଟରୁ ଗାଡି ର ହେଣ୍ଡେଲ ଭାଙ୍ଗି ବାଇକ୍ ଚୋରି କରିବା ବେଳେ ଧରାପଡିଛନ୍ତି । ସେ ଦୁଇ ଜଣ ଅଭିଯୁକ୍ତ ରବି ନାହାକ,ବିକାଶ ନାହାକ ବୋଲି ପୋଲିସ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି।ଉଭୟଙ୍କ ଘର ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗିପୁର ଗ୍ରାମରେ। ଚୋରି ଅଭିଯୁକ୍ତ ମାନେ ବଡ ମେଡିକାଲ, ରେଳ ଷ୍ଟେସନ, ଗୋପାଳପୁର ବିଚ୍ ଭଳି ବିଭିନ୍ନ ସ୍ଥାନ ରୁ ଗାଡି ଚୋରି କରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନ କୁ ନେଇ ପାର୍କିଂ କରି ରଖୁଥିଲେ।ପରେ ସେମାନେ ସେ ଗାଡି କୁ ୮ହଜାର ରୁ ୧୫ ହଜାର ମଧ୍ୟରେ ବିକ୍ରି କରୁଥିଲେ। ଉଭୟଙ୍କ ଠାରୁ ମୋଟ ୧୭ ଟି ମୋଟର ସାଇକଲ ଏବଂ ୩୦ ଟି ସାଇକଲ ଜବତ କରାଯାଇଛି।ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯିବା ସହ ଜବତ ହୋଇଥବା ଗାଡ଼ି ଗୁଡିକ ର ପ୍ରକୃତ ମାଲିକ କୁ ହସ୍ତାନ୍ତର କରାଯିବ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଅସୀମ ପଣ୍ଡା ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here