ବ୍ରହ୍ମପୁର ତା- ୩୧/୦୮/୨୦୨୪: ସ୍ଥାନୀୟ ପୁରୁଣା ବ୍ରହ୍ମପୁରସ୍ଥିତ ରାମାଧୀନ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ଠାରେ ଆଜିଲବ୍ଧ ପ୍ରତିଷ୍ଠିତ ସଂସ୍କୃତବିତ୍ ତଥା ଆୟୁର୍ବେଦ ବିଶେଷଜ୍ଞ ଓ ଆୟୁର୍ବେଦ କଲେଜ ପ୍ରତିଷ୍ଠାତା ଡ଼କ୍ଟର ଅନନ୍ତ ତ୍ରିପାଠୀଙ୍କ ଅବଦାନ ଉପରେ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼କ୍ଟର ହରିହର ଦାସଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପୁରୀର ପୂର୍ବ କୁଳପତି ପ୍ରଫେସର କିଶୋର ଚନ୍ଦ୍ର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେବଳ ଅବିଭକ୍ତ ଗଞ୍ଜାମ ନୁହେଁ ସାରା ଭାରତ
ବର୍ଷରେ ଡଃ ଅନନ୍ତ ତ୍ରିପାଠୀଙ୍କ ସଂସ୍କୃତ ପ୍ରତି ଅବଦାନ ଅବିସ୍ମରଣୀୟ । ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି ଅଶୋକ କୁମାର ଶୁକ୍ଳା, ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ ଆଲୋଚନା ଚକ୍ରକୁ ପ୍ରଶଂସା କରି ନିଜକୁ ଗୌରବ ମନେ କରିଥିଲେ ।
ମୁଖ୍ୟ ବକ୍ତା ଭାବେ ବାଚସ୍ପତି ଡକ୍ଟର ଗଣେଶ ପ୍ରସାଦ ତ୍ରିପାଠୀ, ଡକ୍ଟର ଅନନ୍ତ ତ୍ରିପାଠୀଙ୍କ ଉପରେ ସଂସ୍କୃତରେ ଦୀର୍ଘ ଆଲୋଚନା କରିଥିଲେ । ସମ୍ମାନୀତ ବକ୍ତା ଭାବେ ଐତିହାସିକ ଡକ୍ଟର ଅନନ୍ତରାମ କର ଓଡ଼ିଆ ଭାଷାରେ ଡଃ ଅନନ୍ତ ତ୍ରିପାଠୀଙ୍କ ଉପରେ ଗଭୀର ସନ୍ଦର୍ଭ ଉପସ୍ଥାପନ କରିଥିଲେ । ପରିଚାଳନା ପରିଷଦ ସଭାପତି ଡକ୍ଟର ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ପୌରହିତ୍ୟ କରିଥିଲେ । ଆଲୋଚନା ଚକ୍ରରେ ମହନ୍ତ ଚିନ୍ମୟାନନ୍ଦ ଦାସ ମହାରାଜ, ଡକ୍ଟର ସୁରେଶ କୁମାର ଜେନା, ପଣ୍ଡିତ ଗୋପାଳକୃଷ୍ଣ ପାଢ଼ୀ, ରମେଶ ଚରଣ ତ୍ରିପାଠୀ, ପଣ୍ଡିତ ପ୍ରମୋଦ କୁମାର ପାଢ଼ୀ ଡଃ ବାଲାଜୀ ପ୍ରସାଦ ଶ ଓ ପୂର୍ତ୍ତ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ସୋମନାଥ ତ୍ରିପାଠୀଙ୍କ ସମେତ ବହୁ ଗବେଷକ, ପଣ୍ଡିତ ଓ ପୂର୍ବତନ ଛାତ୍ର ଉପସ୍ଥିତ ଥିଲେ । ସାହିତ୍ୟାଧ୍ୟପକ ଡକ୍ଟର ବିଷ୍ଣୁ ପ୍ରସାଦ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୁଇଜଣ ସଂସ୍କୃତ ବିଦ୍ବାନ୍ ଶଶିଭୂଷଣ ସରକାରୀ ମହିଳା ମହାବିଦ୍ୟାଳୟ ସହଯୋଗୀ ପ୍ରଫେସର କେ. ନାରାୟଣ ରାଓ ଓ ପଣ୍ଡିତ ରୁତୁପର୍ଣ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଶତାଧିକ ସଂସ୍କୃତ ପଣ୍ଡିତ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପ୍ରାଧ୍ୟାପକ ଚନ୍ଦ୍ରଶେଖର ଶର୍ମା, ଅଧ୍ୟାପକ ପ୍ରୀତିସ୍ନିତି ମିଶ୍ର, ଜୟଶ୍ରୀ ପାତ୍ର ଓ ଶୁଭ୍ରାଂଶୁ ଶେଖର ଶତପଥୀ ପରିଚାଳନା କରିଥିଲେ । ଶେଷରେ ଅନୁସୂୟା ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।
Home ବ୍ରହ୍ମପୁର ସ୍ପେଶାଳ ରାମାଧୀନ ସଂସ୍କୃତ ମହାବିଦ୍ୟାଳୟ ରେ ସ୍ବର୍ଗତ ଅନନ୍ତ ତ୍ରିପାଠୀଙ୍କ ଉପରେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର