Home ବ୍ରହ୍ମପୁର ସ୍ପେଶାଳ ଜିଲ୍ଲାସ୍ତରୀୟ ଏଡସ୍ ସଚେତନତା ନାଟକ ପ୍ରତିଯୋଗିତାରେ ମହାମାୟୀ କଲେଜ ପ୍ରଥମ

ଜିଲ୍ଲାସ୍ତରୀୟ ଏଡସ୍ ସଚେତନତା ନାଟକ ପ୍ରତିଯୋଗିତାରେ ମହାମାୟୀ କଲେଜ ପ୍ରଥମ

0
107

ବ୍ରହ୍ମପୁର,୦୧/୦୯/୨୦୨୪:

ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଗଞ୍ଜାମ ତରଫରୁ ଏଡସ୍ ସଚେତନତା ସୃଷ୍ଟି କରିବା ପାଇଁ ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟ ଠାରେ ଏକ ନାଟକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାମାୟୀ ମହିଳା ମହାବିଦ୍ୟାଳୟ, ବ୍ରହ୍ମପୁର ପ୍ରଥମ ହୋଇଥିବା ବେଳେ, ସାବିତ୍ରୀ ମହିଳା ମହାବିଦ୍ୟାଳୟ’ ଭଞ୍ଜନଗର ଦ୍ୱିତୀୟ ଏବଂ କାରାମେଲ ହାଇୟର ସେକେଣ୍ଡାରୀ ସ୍କୁଲ ତୃତୀୟ ସ୍ଥାନ ଗ୍ରହଣ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସନ୍ତୋଷ କୁମାର ପାଢ଼ୀ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ଅନ୍ୟାନ୍ୟ ମଞ୍ଚାସୀନ ଅତିଥି ଭାବେ ମହାମାୟୀ କଲେଜ ପରିଚାଳନା କମିଟି ଅଧ୍ୟକ୍ଷା ଡ. ଅରୁନ୍ଧତୀ ରଥ, ଅଧ୍ୟକ୍ଷା ଡ. ନିବେଦିତା ମହାପାତ୍ର, ପ୍ରଶାସନିକ ଅଧିକାରୀଣି ଡ଼ ଜୟନ୍ତି ରାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ବିଚାରକ ଭାବେ ଶିକ୍ଷକ ମଧୁସୂଦନ ମିଶ୍ର, ଅଧ୍ୟାପକ ଦେବବ୍ରତ ସାହୁ, ଜିଲ୍ଲା ଯକ୍ଷ୍ମା ବିଭାଗ ସଂଯୋଜକ ସୁଧିର କାନ୍ତ ବେହେରା ଯୋଗ ଦେଇ ଥିଲେ ।ଜିଲ୍ଲା ଏଡସ୍ ସେଲ୍ ଅଧିକାରୀ ହେମନ୍ତ ଦାଶ ଏବଂ ଡ.ସନ୍ତାଷ ରାଜୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ନାଟକ ପ୍ରତିଯୋଗିତା ରେ ରେଡକ୍ରସ୍ ସଂଯୋଜିକା ତଥା ଅଧ୍ୟାପିକା ଡ. ସ୍ଵର୍ଣ୍ଣଲତା ପଟ୍ଟନାୟକ ଏବଂ ଅଧ୍ୟାପିକା ସୁଭଶ୍ରୀ ତ୍ରିପାଠୀ ସହଯୋଗ କରିଥିଲେ । ମହାମାୟୀ କଲେଜ ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀ ଙ୍କ ଏହି ସଫଳତ।ରେ ସମସ୍ତ କର୍ମଚାରୀ ଏବଂ ଛାତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!