ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର ଗିରଫ

0
22

ବ୍ରହ୍ମପୁର,୦୧/୦୯/୨୦୨୪:
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର ଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛନ୍ତି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଗତକାଲି ସୀତାରାମ ପାତ୍ରଙ୍କ ଘର ସମେତ ଛଅ ସ୍ଥାନରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବ୍ରହ୍ମପୁରରେ ୩୫୦୦ ବର୍ଗ ଫୁଟର ୨ ମହଲା କୋଠା, ପୋଲସରାରେ ୨ଟି ବିଲ୍ଡିଂ ଠାବ୍ ହୋଇଥିଲା।ଏହା ସହ ବିଇଓ ଙ୍କ ନିକଟରୁ ନଗଦ ୬ଲକ୍ଷ ୫୦ହଜାର ଟଙ୍କା,ବ୍ୟାଙ୍କ, ପୋଷ୍ଟାଲ ଜମା ୩୫ ଲକ୍ଷ ୬୧ହଜାର ଟଙ୍କା ସମେତ ଗୋଟିଏ ଚାରି ଚକିଆ ଓ ୨ଟି ବାଇକ ଏବଂ କୋଟିଏ ଉର୍ଦ୍ଧ୍ବ ଟଙ୍କା ର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା।ଏନେଇ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ୧୫/୨୦୨୪ ରେ ରୁଜୁ କରାଯାଇଥିଲା।ବିଇଓ ସୀତାରାମ ପାତ୍ର ଭିଜିଲାନ୍ସ ନିକଟରେ ଆୟ ବର୍ହିଭୁତ ସମ୍ପତ୍ତି ସମ୍ପର୍କରେ ସନ୍ତୋଷ ଜନକ ଉତ୍ତର ନ ଦେଇପାରିବା ଯୋଗୁଁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୁଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here