ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ଦ୍ବାରା ମହାକାଶ ବିଜ୍ଞାନ ସମ୍ବନ୍ଧୀୟ ସ୍ଵତନ୍ତ୍ର ସମ୍ଭାଷଣ କାର୍ଯ୍ୟକ୍ରମ-୨୦୨୪ ପାଳିତ

0
15

ବ୍ରହ୍ମପୁର,୦୧/୦୯/୨୦୨୪:ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ଦ୍ବାରା ମହାକାଶ ବିଜ୍ଞାନ ସମ୍ବନ୍ଧୀୟ ସ୍ଵତନ୍ତ୍ର ସମ୍ଭାଷଣ କାର୍ଯ୍ୟକ୍ରମ-୨୦୨୪ ବିଶ୍ବବିଦ୍ୟାଳୟ ପରିସର ଏସ ଏନ୍ ବୋଷ ଲେକ୍ଚର ହଲ ଠାରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆମନ୍ତ୍ରିତ ବକ୍ତା ଡକ୍ଟର ଡି.ଏନ୍ ରଥ (ଇସ୍ରୋ, ବାଙ୍ଗାଲୋର) ” ଭାରତୀୟ ମିଶନ ନିୟନ୍ତ୍ରଣ କେନ୍ଦ୍ର: ଉପଗ୍ରହ ଆଧାରିତ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ସେବାଗୁଡିକର ଏକ ଆନ୍ତର୍ଜାତୀୟ ସଂକେତ” ସମ୍ବନ୍ଧୀୟ ସମ୍ଭାଷଣ ପ୍ରତିପାଦନ କରିଥିଲେ।ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କୁଳପତି ମାନନୀୟା ପ୍ରଫେସର ଗୀତାଞ୍ଜଳି ଦାସ, ସମ୍ମାନିତ ଅତିଥି ପିଜି କାଉନସିଲ ଅଧ୍ୟକ୍ଷ ତଥା ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ସଂଯୋଯକ ବିଭାଗୀୟ ପ୍ରଫେସର ସିଦ୍ଧାର୍ଥ ଶଙ୍କର ପଣ୍ଡା , ସହ ସଂଯୋଜକ ଡଃ ବିଦ୍ୟାଧର ଦାସ ଉପସ୍ଥିତ ହେବା ସହ ବିଭାଗୀୟ ସହକାରୀ ପ୍ରଫେସର ଡଃ ଶଶି ଶେଖର ବେହେରା, ଡଃ କୁଶ କୁମାର ନାୟକ, ଡଃ ସରିତା ମହାନ୍ତି, ଡଃ ସଳୀଳା ଦାସ ଏବଂ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ,ପ୍ରଫେସର, ସହକାରୀ ପ୍ରଫେସର ମଧ୍ୟ ଆଲୋଚ୍ୟ ସଭାରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ କୁଳପତି ଗୀତାଞ୍ଜଳି ଦାସଙ୍କ ନିର୍ଦ୍ଦେଶ କ୍ରମେ ପିଜି କାଉନସିଲ ଅଧ୍ୟକ୍ଷ ତଥା ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଉଦ୍ଘାଟନ କରିବା ସହ ପ୍ରାରମ୍ଭିକ ସମ୍ଭାଷଣ ଉପସ୍ଥାପନ କରିଥିଲେ।ସଂଯୋଜକ ବିଭାଗୀୟ ପ୍ରଫେସର ସିଦ୍ଧାର୍ଥ ଶଙ୍କର ପଣ୍ଡା ଆମନ୍ତ୍ରିତ ବକ୍ତା ଡକ୍ଟର ଡି.ଏନ୍ ରଥ ଙ୍କର ଅତିଥି ପରିଚୟ ପ୍ରଦାନ କରିଥିଲେ।ଆମନ୍ତ୍ରିତ ବକ୍ତା ଡକ୍ଟର ଡି.ଏନ୍ ରଥ କୃତ୍ରିମ ଉପଗ୍ରହ କିପରି ଉଦ୍ଧାର କାର୍ଯ୍ୟ ସେବାରେ ନିୟୋଜିତ ହୋଇପାରିବ ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ।
ପରିଶେଷରେ ଅନ୍ୟ ଅତିଥିମାନେ ନିଜର ମତପୋଷଣ କରିବା ସହ, ବିଭାଗୀୟ ସହକାରୀ ପ୍ରଫେସର ଡଃ କୁଶ କୁମାର ନାୟକଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇ ସଭାସାଙ୍ଗ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here