ସିଦ୍ଧ ବିନାୟକ ଗଣେଶ ମନ୍ଦିର ପରିସରରେ “ଶ୍ରୀଗଣେଶ ମାତୃ ବାଟିକା” ର ଶୁଭ ଉଦଘାଟନ

0
13

ବ୍ରହ୍ମପୁର, ୦୧/୦୯/୨୦୨୪ : କନିଷି ତହସିଲ ଅନ୍ତର୍ଗତ ପଞ୍ଚମା ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବିନାୟକ ଗଣେଶ ମନ୍ଦିରର ବିଜେ ପ୍ରତିମା ଠାକୁରଙ୍କ ଭିତର ମନ୍ଦିରର ଉତ୍ତର ପାର୍ଶ୍ବ ଦ୍ଵାର ନିକଟରେ “ଶ୍ରୀଗଣେଶ ମାତୃ ବାଟିକା” ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ଵାରା ଶୁଭ ଉଦଘାଟନ ହୋଇଯାଇଛି । “ଶ୍ରୀ ଗଣେଶ ମାତୃ ବାଟିକାରେ” ଗୋଟିଏ ଗଛ ମାଆଙ୍କ ନାମରେ ବୃକ୍ଷ ରୋପଣ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ନାରା ଦେଇଛନ୍ତି ସେହି ସ୍ବପ୍ନକୁ ପୂରଣ କରିବା ପାଇଁ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରାଯାଇଥିଲା । ଶ୍ରୀ ଗଣେଶ ମାତୃ ବାଟିକାରେ ଶ୍ରୀ ଗଣେଶଙ୍କ ମାତା ଦେବୀ ପାର୍ବତୀଙ୍କ ୧୦୮ ନାମରେ ୧୦୮ ଟି ବୃକ୍ଷ ରୋପଣ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଥିଲା । ଆସନ୍ତା ଶ୍ରୀ ଗଣେଶ ଚତୁର୍ଥୀ ଉପଲକ୍ଷେ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା କରିଥିଲେ । ଏଥର ପଞ୍ଚମା ସ୍ଥିତ ଶ୍ରୀ ଗଣେଶ ପୀଠରେ ଗଣେଶ ଚତୁର୍ଥୀ ଦିନ ଭକ୍ତଙ୍କୁ ମାଗଣା ଦର୍ଶନ ଟିକଟ ସହ ଖେଚୁଡ଼ି, ଲଡୁ ଆଦି ଭୋଗର ମାଗଣା ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରାୟ ସାତ ଖଣ୍ଡ ଗାଁର ଲୋକଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଏହି କମିଟି ସମସ୍ତ ପ୍ରକାରର ସୁବିଧା ଅସୁବିଧା ବିଷୟରେ ତଦାରଖ କରିବେ । ଏହା ସହ ଏଥର ଦିବ୍ୟାଙ୍ଗ, ବୃଦ୍ଧ ବୃଦ୍ଧା ମାନଙ୍କ ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଛି । ଏହା ସହ ରଣ୍ଢା ଛକ ଠାରୁ ପଞ୍ଚମା ମନ୍ଦିର ଭିତରେ ଚାରୋଟି ସ୍ଥାନରେ ବିଶ୍ରାମ ସ୍ଥଳୀ ସହ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ଶ୍ରୀ ଗଣେଶ ଚତୁର୍ଥୀ ଦିନ ମନ୍ଦିର ଭୋର ୩ଟା ୧୫ରେ ଖୋଲାଯାଇ ଭୋର ୪ଟା ୩୦ରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଶ୍ରୀ ଗଣେଶ ଚତୁର୍ଥୀ ପୂଜା ପାଖେଇ ଆସିଲାଣି ତେଣୁ ଶ୍ରୀ ଗଣେଶ ମହାପ୍ରଭୁଙ୍କର ଦ୍ବାର ଗୁଡିକର କବାଟ ଗୁଡିକ ନୂତନ ଭାବେ ଯଥାଶୀଘ୍ର ଲଗା ଯିବ ବୋଲି କମିଟି ସଦସ୍ୟ ଗୌରୀ ସାମନ୍ତରା କହିଛନ୍ତି । ଏହି ଅବସରରେ କନିସି ତହସିଲଦାର କବିରାଜ ପ୍ରଧାନ,କୁକୁଡ଼ାଖଣ୍ଡି ତହସିଲଦାର ସପନ କୁମାର ସାହୁ,ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଂଶୁମାନ ମହାପାତ୍ର,ରାସ୍ତା କୋଠାବାଡ଼ି ମୁଖ୍ୟ ଯନ୍ତ୍ରୀ ସୋମନାଥ ତ୍ରିପାଠୀ,ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ,ବିଜେପି ନେତା କାହ୍ନୁ ଚରଣ ପତି,ସମାଜସେବୀ ସୁନୀଲ ପାତ୍ର,ସରୋଜ ସାବତ,ସୁନିଲ କୁମାର ସାହୁ,ପ୍ରଭାତ କିରଣ ଷଡ଼ଙ୍ଗୀ,ରାଜେଶ ସାହୁ,ଟୁନା ଜେନା,ଜଗମୋହନ ପାତ୍ର,ଗଙ୍ଗାଧର ଶତପଥି,କୈଳାଶ ମହାନ୍ତି,ଲକ୍ଷ୍ମୀ ଚୌଧୁରୀ ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here