ପୁରୁଷୋତ୍ତମପୁର ଏନଏସିର ଉପାଧ୍ୟକ୍ଷଙ୍କ ସମେତ କାଉନସିଲରଙ୍କ ବିଜେପିରେ ଯୋଗଦାନ

0
19

ଭୁବନେଶ୍ୱର,୦୨/୦୯/୨୦୨୪: ବିଜେପିର ନୂଆ ସରକାରକୁ ନେଇ ଓଡିଶାବାସୀଙ୍କ ମନ ଭିତରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି । ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି । ବିଜେପି ସରକାର ଉପରେ ଓଡିଶାବାସିଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ଆସନ୍ତା କାଲି ରାଜ୍ୟରେ ସଦସ୍ୟତା ଅଭିଯାନର ଶୁଭାରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଆଜି ଖଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ଏନଏସିର ୧୦ ଜଣ କାଉନସିଲର ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ପୁରୁଷୋତ୍ତମପୁର ବିଜେଡିର ସୁସଂଗଠକ ତଥା ବରିଷ୍ଠ ନେତା ଶ୍ରୀ ବାସୁଦେବ ମହାପାତ୍ରଙ୍କ ନେତୃତ୍ୱରେ ଏନଏସିର ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ଓ୍ବାର୍ଡ ୧ କାଉନସିଲର ଭବାନୀ ଶଂକର ନାହାକ, ଓ୍ବାର୍ଡ ୨ କାଉନସିଲର ଭାସ୍କର ବେହେରା, ଓ୍ବାର୍ଡ ୩ କାଉନସିଲର କେ.ପ୍ରମୋଦ କୁମାର ଆଚାର୍ଯ୍ୟ, ଓ୍ବାର୍ଡ ୫ କାଉନସିଲର ଶ୍ରୀମତୀ ସୁଜାତା ବେହେରା, ଓ୍ବାର୍ଡ ୭ କାଉନସିଲର ଶ୍ରୀମତୀ ଯମୁନା ବେହେରା, ଓ୍ବାର୍ଡ ୯ କାଉନସିଲର ଲିଙ୍ଗରାଜ ବେହେରା, ଓ୍ବାର୍ଡ ୧୦ କାଉନସିଲର ଶ୍ରୀମତୀ ଅର୍ଚ୍ଚନା ପଣ୍ଡା, ଓ୍ବାର୍ଡ ୧୨ କାଉନସିଲର ଶ୍ରୀମତୀ ପ୍ରଣିତା ପଣ୍ଡା, ଓ୍ବାର୍ଡ ୧୩ କାଉନସିଲର ଗିରିଜା ବେହେରା ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ ।ଏହି ଅବସରରେ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଦୁଷ୍ମନ୍ତ କୁମାର ସ୍ୱାଇଁ, ରାଜ୍ୟ ଉପ ସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ସଦସ୍ୟତା ଅଭିଯାନର ରାଜ୍ୟ ସହ ସଂଯୋଜକ ତଥା ବରିଷ୍ଠ ନେତା ଅଶୋକ ମିଶ୍ର, ରାଜ୍ୟ ସଂପାଦକ ସରୋଜ କର, ଯଜ୍ଞ ନାରାୟଣ ଦାଶ, ଅନିଲ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here