ଗଞ୍ଜାମ ଜିଲ୍ଲା ସ୍ତରୀୟ “ଉତ୍କର୍ଷ” ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

0
16

ବ୍ରହ୍ମପୁର,୦୩/୦୯/୨୦୨୪:ସ୍ଥାନୀୟ ଭିଭି ଗିରି ଉଚ୍ଚ ବାଳିକା ବିଦ୍ୟାଳୟ, ସରକାରୀ ହାଇସ୍କୁଲ ମେଡ଼ିକାଲ କ୍ୟାମ୍ପସ,କୁଇନ୍ ଅଫ୍ ଦି ମିଶନ ହାଇସ୍କୁଲ, ସହିଦ୍ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ଠାରେ ଚାଲିଥିବା ଜିଲ୍ଲା ସ୍ତରୀୟ ଉତ୍କର୍ଷ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଯାଇଅଛି । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଦ୍ଵାରା ପ୍ରସ୍ତୁତ ଏହି କାର୍ଯ୍ୟକ୍ରମ ନବମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଲକ୍ଷ୍ନୌ ଏନହାନସମେଣ୍ଟପାଇଁ
ଉଦ୍ଦିଷ୍ଟ । ପ୍ରକାଶ ଥାଉକି, ଗଞ୍ଜାମ ଜିଲ୍ଲାର ସମସ୍ତ ୩୮୫ ସରକାରୀ ଉଚ୍ଚ ବିଦ୍ୟାଳୟର ମୋଟ ୧୯୪୧ ଜଣ
ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ପ୍ରଧାନ ଶିକ୍ଷକ | ଶିକ୍ଷୟିତ୍ରୀ (ବିଜ୍ଞାନ, ଗଣିତ, ଇଂରାଜୀ ଓ ସାହିତ୍ୟ)ଙ୍କର ଅଗଷ୍ଟ
୩୦ ତାରିଖ ଠାରୁ ଆରମ୍ଭ ହୋଇଥ‌ିବା ଏହି ତାଲିମ ଜିଲ୍ଲାର ୟୁ.ବି. ହାଇସ୍କୁଲ, ଭଞ୍ଜନଗର/ ଡ଼ି.ବି. ହାଇସ୍କୁଲ,ଭଞ୍ଜନଗର, ସରକାରୀ ଅନ୍‌ ଉଚ୍ଚ ବିଦ୍ୟାଳୟ, ଛତ୍ରପୁର,ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ,ଛତ୍ରପୁର, ଭି.ଭି. ଗିରି ବାଳିକା ଉଚ୍ଚ ବିଦ୍ୟାଳୟ, ବ୍ରହ୍ମପୁର, ସରକାରୀ ଉଚ୍ଚ ବିଦ୍ୟାଳୟ ମେଡ଼ିକାଲ୍ କ୍ୟାମ୍ପସ, ବ୍ରହ୍ମପୁର, କୁଇନ୍ ଅଫ୍ ଦି ମିଶନ୍ ଉଚ୍ଚ ବିଦ୍ୟାଳୟ, ବ୍ରହ୍ମପୁର ଓ ସହିଦ୍ ଲକ୍ଷ୍ମଣ ନାୟକ ସ୍ମାରକୀ
ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଶିକ୍ଷକମାନଙ୍କ ପାଇଁ ଏକଦିବସୀୟ ଏହି ପ୍ରଶିକ୍ଷଣ ଚାରିଦିନ ଧରି ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବିଷୟରେ ଚାରିଜଣ ପ୍ରଶିକ୍ଷକ ନିୟୋଜିତ ହୋଇଥିଲେ ଓ ପ୍ରତ୍ୟେକ ତାଲିମ ଶିବିରରେ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଅମିତା ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ମାର୍ଗ ଦର୍ଶନ ଓ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଓ ରାଜେଶ୍ କୁମାର ପ୍ରଧାନ ପରିଦର୍ଶନ କରିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ରାମଚନ୍ଦ୍ର ମହାରଣା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶେଷ ଦିବସରେ ୪୯୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟେକ ପ୍ରଶିକ୍ଷଣ ଶିବିରର ପ୍ରଧାନ ଶିକ୍ଷକ ଯଥା :- ଡ଼. ପ୍ରଭାତି କୁମାରୀ ମହାପାତ୍ର, ଚାନ୍ଦିନୀ ପଣ୍ଡା, ସନାତନ ଜାଲି, ମୋନାଲିସା ନାୟକ, ଉମାକାନ୍ତ ନାହାକ, ସ୍ଵରାଜ
କହଁର, ଦ୍ବାରିକାନାଥ ବେହେରା ଓ ସୁଚିତ୍ରା ପାଣିଗ୍ରାହୀ ପରିଚାଳନା କରିଥିଲେ । ସ୍କୁଲର ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here