ବୁଲା କୁକୁରଙ୍କ ଦୌରାତ୍ମ୍ୟ : ୭୮ ଜଣଙ୍କୁ କାମୁଡ଼ିଛି କୁକୁର

0
16

ପୋଲସରା , ୦୩/୦୯/୨୪ : ପୋଲସରା ସହର ଓ ଏହାର ଆଖପାଖ ଅଞ୍ଚଳରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ବହୁ ବ୍ୟକ୍ତି ବୁଲା କୁକୁର କାମୁଡାର ଶିକାର ହୋଇଥିବା ଜଣାପଡିଛି । ଏହାଦ୍ୱାରା ପୋଲସରା ସହରବାସୀଙ୍କୁ ଭୟଭୀତ ହୋଇ ପଡିଛନ୍ତି । ପୋଲସରା ମୁଖ୍ୟ ସଡ଼କ ସମେତ ପ୍ରତି ଓ୍ବାଡର ଗଳି କନ୍ଦିରେ ଦିବା ରାତ୍ର ମାଳ ମାଳ ବୁଲା କୁକୁର ବୁଲୁଛନ୍ତି। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ ଅତର୍କିତ ଭାବେ ଆକ୍ରମଣ କରୁଛନ୍ତି । କୌଣସି କାରଣ ନଥାଇ ରାସ୍ତାରେ ଯିବା ଲୋକଙ୍କ ପଛରେ ଗୋଡ଼ାଇ ସେମାନଙ୍କୁ କାମୁଡି କ୍ଷତାକ୍ତ କରୁଛନ୍ତି । ପୋଲସରା ମେଡ଼ିକାଲର ସୂଚନା ପ୍ରକାରେ ଅଗଷ୍ଟ ମାସରେ ୭୮ ଜଣରୁ ଉର୍ଦ୍ଧ୍ବ ଲୋକଙ୍କୁ କୁକୁର କାମୁଡି ଥିବା ବେଳେ ୫ ଜଣ ମାଙ୍କଡ଼ କାମୁଡାର ଶିକାର ହୋଇ ପୋଲସରା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ । ସମସ୍ତ କୁକୁର କାମୁଡି ଥିବା ରୋଗୀଙ୍କୁ ସରକାରଙ୍କ ପକ୍ଷରୁ ନିଶୁଳ୍କ ସେବାରେ ଉପଲବ୍ଧ କରାଯାଉଥିବା ବେଳେ ୧୫ ଦିନରେ ସଂପୂର୍ଣ୍ଣ କୋର୍ସ ହିସାବରେ ଔଷଧ ଏବଂ ଇଞ୍ଜେକ୍ସନ୍ ଦିଆଯାଇଛି । ଏହାଦ୍ୱାରା କୁକୁର କାମୁଡିବାର ରାଭିସ୍ ସଂକ୍ରମଣରୁ ପ୍ରତ୍ୟେକ ଲୋକଙ୍କ ମୂଲ୍ୟବାନ ଜୀବନ ବଞ୍ଚିବାର ସହାୟକ ହୋଇଛି । ପୋଲସରା ସହରରେ କୁକୁରଙ୍କ ଏଭଳି ଦୌରାତ୍ମ ବଢୁଥିବା ବେଳେ ପୋଲସରା ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇନାହିଁ । ବୁଲା କୁକୁରଙ୍କ ଦୌରାତ୍ମ ବୃଦ୍ଧି ପାଉଥିବା ବେଳେ ଗାଁ ଗହଳିରୁ ପୋଲସରା ସହରକୁ ଆସିବାକୁ ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି । ଏନେଇ ସ୍ଥାନୀୟ ଅଞ୍ଚଳର ସଚେତନ ନାଗରିକଙ୍କ ସୂଚନା ପ୍ରକାରେ ବାହାର ଜିଲ୍ଲାର ସହରରେ ବୁଲଥିବା ପ୍ବୁଲା କୁକୁର ଗୁଡ଼ିକୁ ଡାଲା ଗାଡିରେ ଆଣି ରାତ୍ରରେ ପୋଲସରା ସହରରେ ଛାଡ଼ି ଦେଇ ଚାଲି ଯାଉଛନ୍ତି। ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here