ଗଣେଶ ମୂର୍ତ୍ତି ନିର୍ମାଣରେ ମଗ୍ନ ବନ୍ଥପଲ୍ଲୀ ଯୁବ ସରପଞ୍ଚ

0
15

ପୋଲସରା ,୦୪/୦୯/୨୪ : ଆସନ୍ତା ସେପ୍ଟେମ୍ବର ୭ ତାରିଖ, ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀ, ଅଗ୍ର ପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ। ବିଦ୍ୟାଳୟ ରୁ ବିଶ୍ୱବିଦ୍ୟାଳୟ, ଗ୍ରାମ ରୁ ମହାନଗର ଓ ବିଭିନ୍ନ ପ୍ରତିଷ୍ଠାନ ସବୁଠି ବିଘ୍ନ ବିନାଶକ ସିଦ୍ଧ ବିନାୟକଙ୍କ ପୂଜା ଅନୁଷ୍ଠିତ ହୋଇଥାଏ। ଏଥିରୁ ବାଦ ପଡ଼ିନାହିଁ ପୋଲସରା ବ୍ଲକ ଅନ୍ତର୍ଗତ ବନ୍ଥପଲ୍ଲୀ ପଞ୍ଚାୟତର ଉସ୍ତାପଡା ଗ୍ରାମର ଗଣେଶ ପୂଜା। ଦୀର୍ଘ ୨୫ ବର୍ଷ ଧରି ଉସ୍ତାପଡା ଗ୍ରାମରେ ଗଣେଶ ପୂଜା ହୋଇଆସୁଅଛି। ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଆସୁଥିବା ଗଣେଶ ପୂଜା ଚଳିତ ବର୍ଷ ଆଡମ୍ବର ସହ ଅନୁଷ୍ଠିତ ହେବାକୁ ଯାଉଛି। ୫୫ ଫୁଟୁର ତୋରଣ ନିର୍ମାଣ ସାଙ୍ଗକୁ ୧୨ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶଙ୍କ ପ୍ରତିମୂର୍ତ୍ତି ନିର୍ମାଣରେ କାରୀଗରଙ୍କ ଶେଷ ସ୍ପର୍ଶ ହେବାକୁ ବାକିଅଛି। ହେଲେ ସବୁଠାରୁ ବଡ଼ କଥା ହେଲା କାରିଗର ଜଣଙ୍କ ଆଉ କେହି ନୁହଁନ୍ତି, ବନ୍ଥପଲ୍ଲୀ ପଞ୍ଚାୟତର ଯୁବ ସରପଞ୍ଚ ପବିତ୍ର କୁମାର ରାଉତ। ସରପଞ୍ଚ ଶ୍ରୀ ରାଉତଙ୍କ ହାତର ସ୍ପର୍ଶରେ ଜୀବନ୍ତ ସୁନ୍ଦର ଗଣେଶ ମୂର୍ତ୍ତି ନିର୍ମାଣ ହେଉଅଛି । ଲୋକଙ୍କ ସୁଖ ଦୁଃଖରେ ଛିଡ଼ା ହେଉଥିବା ସରପଞ୍ଚ ଆଜି ଗଣେଶ ମୂର୍ତ୍ତ ପ୍ରତିଷ୍ଠା କରି ଜନସାଧାରଣଙ୍କୁ ଆଧ୍ୟାତ୍ମିକ ଭାବରେ ବାନ୍ଧି ରଖୁଛନ୍ତି। ଦୁଇ ସପ୍ତାହ ଧରି ସରପଞ୍ଚ ଶ୍ରୀ ରାଉତ ନିଜର ଯୁବକ ବନ୍ଧୁମାନଙ୍କୁ ନେଇ ଉସ୍ତାପଡା ଗ୍ରାମର ମଝି ଦାଣ୍ଡରେ ୫୫ ଫୁଟର ବିରାଟ ତୋରଣ ସହ ରାମଲାଲାଙ୍କ ସଦୃଶ ୧୨ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶ ମୂର୍ତ୍ତି ନିର୍ମାଣ କରି ସମସ୍ତ ଗ୍ରାମ ବାସୀଙ୍କ ମଧ୍ୟରେ ଏକତା ସୃଷ୍ଟି କରିପାରିଛନ୍ତି। ଚଳିତ ବର୍ଷର ଶ୍ରୀ ଗଣେଶ ପୂଜା ଓ ମେଢ଼ ଅଞ୍ଚଲବାସୀଙ୍କୁ ଆକୃଷ୍ଟ କରିପାରିବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here