ପଞ୍ଚମା ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧି ବିନାୟକ ପୀଠରେ ଗଣେଶ ଚତୁର୍ଥୀ ଉପଲକ୍ଷେ ପରିଚାଳନା କମିଟି ର ପ୍ରସ୍ତୁତି ବୈଠକ

0
15

ବ୍ରହ୍ମପୁର, ୦୪/୦୯/୨୦୨୪ : ପଞ୍ଚମା ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧି ବିନାୟକ ପୀଠରେ ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ଗଣେଶ ଚତୁର୍ଥୀ ଉପଲକ୍ଷେ ପରିଚାଳନା କମିଟି ସହ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ଯୁବକ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ପରିଚାଳନା କମିଟି ସଦସ୍ୟ ଗୋୖରୀ ସାମନ୍ତରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ପୀଠରେ ଭକ୍ତ ମାନେ କିଭଳି ସୁବିଧାରେ ଦର୍ଶନ ସହ ପୂଜାର୍ଚ୍ଚନା କରିପାରିବେ ଏବଂ ଶାନ୍ତି ଶୃଙ୍ଖଳା ସହ ପୂଜା ସମ୍ପର୍ଣ୍ଣ ହେବ ତାହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥର ପଞ୍ଚମା ସ୍ଥିତ ଶ୍ରୀ ଗଣେଶ ପୀଠରେ ଗଣେଶ ଚତୁର୍ଥୀ ଦିନ ଭକ୍ତଙ୍କୁ ମାଗଣା ଦର୍ଶନ ସହ ଖେଚୁଡ଼ି, ଲଡୁ ଆଦି ଭୋଗର ମାଗଣା ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରାୟ ସାତ ଖଣ୍ଡ ଗାଁର ଲୋକଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଏହି କମିଟି ସମସ୍ତ ପ୍ରକାରର ସୁବିଧା ଅସୁବିଧା ବିଷୟରେ ତଦାରଖ କରିବେ । ଏହା ସହ ଏଥର ଦିବ୍ୟାଙ୍ଗ, ବୃଦ୍ଧ ବୃଦ୍ଧା ମାନଙ୍କ ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଛି । ଏହା ସହ ରଣ୍ଢା ଛକ ଠାରୁ ପଞ୍ଚମା ମନ୍ଦିର ଭିତରେ ଚାରୋଟି ସ୍ଥାନରେ ବିଶ୍ରାମ ସ୍ଥଳୀରେ ପାନୀୟ ଜଳ ସହ ପ୍ରୋଜେକ୍ଟର୍ ଦ୍ୱାରା ମନ୍ଦିରରୁ ଭକ୍ତ ମାନଙ୍କ ପାଇଁ ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଛି । ଶ୍ରୀ ଗଣେଶ ଚତୁର୍ଥୀ ଦିନ ମନ୍ଦିର ଭୋର ୨ଟା ୪୫ରେ ଖୋଲାଯାଇ ଭୋର ୩ଟା ୧୫ ରେ ଆଳତୀ କରାଯାଇ ଭୋର ୪ଟା ୩୦ରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ଏବଂ ରାତ୍ର ୧୦ ଘଣ୍ଟା ସମୟରେ ମନ୍ଦିର ବନ୍ଦ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଆଜିର ଏହି ପ୍ରସ୍ତୁତି ବୈଠକରେ ଗୋୖରୀ ମହାନ୍ତିଙ୍କ ସମେତ ସୁଧିର ଖାଡ଼ଙ୍ଗା,କୈଳାସ ମହାନ୍ତି,ଭକ୍ତ ନାହାକ,ଗଙ୍ଗାଧର ଶତପଥି,ରାଜେଶ କୁମାର ସାହୁ,ଟୁନା ଜେନା,ସମାଜସେବୀ ସୁନୀଲ ପାତ୍ର,ବାଲ୍ୟରାମ ଦଳେଇ,ସୁଧିର ମଣ୍ଡଳ,ରଜତ ପଣ୍ଡିତ,ସୁନିଲ କୁମାର ସାହୁ,ଦିବାକର ନାହାକ,ଏନ୍.ଭାଗିରଥି ରେଡ୍ଡୀ,ମିଟୁ ସାହୁ,ଲକ୍ଷ୍ମୀ ଚୌଧୁରୀ,ସନ୍ତୋଷ ସାହୁ,ଶିବରାମ ପାତ୍ର,କ୍ରିଷ୍ଣା ରେଡ୍ଡୀ,କୃଷ୍ଣ ଚନ୍ଦ୍ର ଚୌଧୁରୀ ପ୍ରମୁଖଙ୍କ ସମେତ ସାତ ଆଠ ଖଣ୍ଡ ଗ୍ରାମର ଶତାଧିକ ଯୁବକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here