ବନ୍ଧସାହି ପ୍ରାଥମିକ ବିଦ୍ୟାଳୟରେ ତିଥୀ ଭୋଜନ

0
20

ବୁଗୁଡା ୪/୮/୨୪ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେପ୍ଟେମ୍ବର ୪ ତାରିଖ ଦିନ ତିଥୀ ଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୁନି ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ, ମାଣିତରା ସେବା ସମବାୟ ସମିତି ସଭାପତି ବବୁଲ ନାୟକ, ସାମ୍ବାଦିକ ତଥା ଶିକ୍ଷାବିତ ଅନିଲ କୁମାର ମହାରଣା, ୱାର୍ଡ ସଭ୍ୟ ସନ୍ତୋଷ କୁମାର ପ୍ରଧାନ, ସିଆରସିସି ଶଶିକାନ୍ତ ପାତ୍ର, ଏସଏମସି ସଭାପତି ଓଁ ପାଳ ପ୍ରଧାନ, ୱାର୍ଡ ସଭ୍ୟ ତଥା ଏସଏମସି ଉପସଭାନେତ୍ରୀ ରଶ୍ମିତା ରଣା, ସମାଜସେବୀ ସୁମନ୍ତ ସାମଲ ଓ ଅଶୋକ କୁମାର ରଣା ପ୍ରମୁଖ ଯୋଗଦେଇ ଥିଲେ। ତିଥୀ ଭୋଜନରେ ଛାତ୍ରଛାତ୍ରୀ ଓ ଅତିଥି ବୃନ୍ଦ ଭାତ, ଡାଲମା, ଚିକେନ୍ ତରକାରୀ, ପୋଟଳ ଓ ପନିର ତରକାରୀ, ଅଣ୍ଡା ତରକାରୀ, ପାୟସ ଓ ଛେନା ଗଜା ପ୍ରଭୃତିର ମଜା ନେଇଥିଲେ। ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ କୌଣସି କାରଣରୁ ଯୋଗ ଦେଇପାରିନଥିଲେ ମଧ୍ୟ ତିଥୀ ଭୋଜନ ପାଇଁ ସହଯୋଗ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ସୁଚିସ୍ମିତା ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here