ସୁନା ଦୋକାନ ରୁ ଚୋରି

0
19

ବ୍ରହ୍ମପୁର,୦୪/୦୯/୨୦୨୪:ଦୀର୍ଘ ଦିନ ପରେ ସହର ରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଛନ୍ତି।ଲୁଟେରା ମାନେ ସ୍ଥାନୀୟ ଟାଟାବେଞ୍ଜ ଛକରେ ଥିବା ଓମ୍ ଶ୍ରୀ ନାମକ ଏକ ସୁନା ଦୋକାନରୁ ବଡ଼ ଧରଣର ଚୋରି କରିଥିବା ଅଭିଯୋଗ ହୋଇଛି।ଆଜି ସକାଳେ ଦୋକାନୀ ମାଲିକ ଜାମୁଲା ଶ୍ରୀଧର ଦୋକାନ ଖୋଲିବା ବେଳେ ଦୋକାନ ରୁ ଚୋରି ହୋଇଥିବା ଜାଣି ସଙ୍ଗେ ସଙ୍ଗେ ବୈଦ୍ୟନାଥ ପୁର ଥାନା ରେ ଅଭିଯୋଗ କରିଥିଲେ।ଲୁଟେରା ମାନେ ଚତୁରତାର ସହ ଚାବି ଭାଙ୍ଗି ସୁନା ଗହଣା ଲୁଟ୍ କରିଥିବା ଅଭିଯୋଗ ହୋଇଛି।ଘଟଣା ସ୍ଥଳରେ ଟାଉନ ଏସଡିପିଓ ଓ ବୈଦ୍ୟନାଥ ପୁର ଥାନା ପୋଲିସ ସହ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ କରିଛନ୍ତି।ସୁନା ଦୋକାନ ରୁ ୭୦/୮୦ଲକ୍ଷ ଟଙ୍କା ର ସୁନାଗହଣା ଚୋରି ହୋଇଥିବା ନେଇ ମାଲିକ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here