ଏନଏସଏସ ର ବୃକ୍ଷ ରୋପଣ ସ୍ୱତନ୍ତ୍ର ଶିବିର ସମାପ୍ତ

0
18

ପୋଲସରା ୫/୯/୨୪ ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) କୋ-ୟୁନିଟ ପକ୍ଷରୁ ପ୍ରୋଗ୍ରାମ ଅଫିସର ତଥା ଅଧ୍ୟାପକ ଶେଖ ଫରିଦ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସପ୍ତାହ ବ୍ୟାପୀ ଅନୁଷ୍ଠିତ ବୃକ୍ଷ ରୋପଣ ସ୍ଵତନ୍ତ୍ର ଶିବିର ସେପ୍ଟେମ୍ବର ୫ ତାରିଖ ଦିନ ସମାପ୍ତ ହୋଇଯାଇଛି। ସମାପ୍ତି ଦିବସରେ ପ୍ରଫେସର ରୁଦ୍ର ପ୍ରସାଦ ଗୌଡ଼ ଅଧ୍ୟକ୍ଷତା କରିଥିବା ବେଳେ ପୋଲସରା ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ ମୁଖ୍ୟ ଅତିଥି ଓ ଅଧ୍ୟାପକ ଅନିଲ କୁମାର ଦାଶ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ବିଡ଼ିଓ ଶ୍ରୀ ଜାନୀ ନିଜ ବକ୍ତବ୍ୟରେ ବୃକ୍ଷ ରୋପଣ କରିବା ସହ ବୃକ୍ଷ ରୋପଣ ପାଇଁ ଜନସଚେତନ କରିଥିବା ଯୋଗୁଁ ଏନଏସଏସ ସ୍ୱେଚ୍ଛାସେବୀ ବୃନ୍ଦ ସହ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଶ୍ରୀ ଫରିଦ୍ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ଓ ବୃକ୍ଷ ରୋପଣ ଏକ ମହତ କାର୍ଯ୍ୟ ବୋଲି ପ୍ରକାଶ କରିଥିଲେ। ସେପ୍ଟେମ୍ବର ୩୦ ତାରିଖ ଦିନ ଏହି ବୃକ୍ଷ ରୋପଣ ସ୍ୱତନ୍ତ୍ର ଶିବିର ଆରମ୍ଭ ହୋଇଥିଲା। ଏନଏସଏସ କୋ-ୟୁନିଟ ସ୍ୱେଚ୍ଛାସେବୀ ବୃନ୍ଦ କଲେଜ ପରିସରରେ ଗାତ ଖୋଳି ବୃକ୍ଷ ରୋପଣ କରିବା ସହ ପ୍ରତିଦିନ ଗଛକୁ ପାଣି ଦେଉଥିଲେ। ଏଥିସହ ପୋଲସରା ସହରରେ ରାଲିରେ ଯାଇ ବୃକ୍ଷ ରୋପଣ କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଇଥିଲେ।

 

LEAVE A REPLY

Please enter your comment!
Please enter your name here