ଗୁରୁ ଦିବସରେ ଅବସର କାଳୀନ ସମ୍ବର୍ଦ୍ଧନା

0
18

ବ୍ରହ୍ମପୁର,୦୫/୦୯/୨୦୨୪:
ଗୁରୁ ହିଁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରେଇ ଦେଇ ଜ୍ଞାନର ଆଲୋକ ବିତରଣ କରିଥାନ୍ତି ,ଗୁରୁ ସର୍ବଦା ପୂଜନୀୟ ,ତାଙ୍କ ଆଶୀର୍ବାଦ ସଦା କାମ୍ୟ , ଗୁରୁଙ୍କ ଉପଦେଶ ଶିଷ୍ୟକୁ ଉନ୍ନତ ଜୀବନ ଗଢିବାରେ ସାହାଯ୍ୟ କରେ । ବିଭିନ୍ନ ଛାତ୍ର ଛାତ୍ରୀ ସେମାନଙ୍କ ବକ୍ତବ୍ୟରେ ଗୁରୁଙ୍କ ମହିମା ବଖାଣି ରାଧା କୃଷ୍ଣଙ୍କ ଜୀବନୀ ଉପରେ ଆଲୋକ ପାତ କରୁଥିଲେ ।ଗୋପାଳପୁର ରେ ଥିବା ପି.ଏମ ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳନ ସହିତ ଅବସପ୍ରାପ୍ତ ୩ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା ।ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀମତୀ ବିନୋଦିନୀ ସାହୁ ,କ୍ରୀଡା ଶିକ୍ଷକ ଶ୍ରୀ ନୀଳା ଚଳ ପାତ୍ର ,ପ୍ରାକ୍ତନ ଗଣିତ ଶିକ୍ଷକ ପି, ପ୍ରସାଦୁ ବଦଳି ହୋଇ
ପାରଳାଖେମୁଣ୍ଡି ଯାଇ ଥିବାରୁ ଏହି ପରି ୩ ଜଣ ଶିକ୍ଷକଙ୍କ ଗୁଣ ଗାନ ସହିତ ବିଦ୍ୟାଳୟ ତରଫରୁ ମାନପତ୍ର ଉପଢୌକନ ପୁଷ୍ପ ଗୁଚ୍ଛ ପ୍ରଦାନ କଟାଯାଇ ଥିଲା ।ଦଶମ ଶ୍ରେଣୀ ଛାତ୍ର କେକ୍ କାଟି ଶ୍ରେଣୀ ଗୁହ କୁ ବେଲୁନରେ ସଜେଇ ଥିଲେ ।ପ୍ରାରମ୍ଭରେ ସ୍ନେହା,ଖୁସି ,ମେନକା ,ଦିବ୍ୟା ,ଗୀତା ଗୁରୁ ବନ୍ଦନା ଗାନ କରିଥିଲେ । ପଣ୍ଡିତ ବିନାୟକ ତ୍ରିପାଠୀ ଅତିଥିଙ୍କ ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ ।ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରି ୩ ଜଣ ଗୁରୁଙ୍କ ବିଦ୍ୟାଳୟ ପ୍ରତି ଥିବା ଅବଦାନ ସମ୍ପର୍କେ ଉଲ୍ଲେଖ କରିଥିଲେ ।ଶିକ୍ଷକ ରବି ଶଙ୍କର ପାଣି ଗ୍ରାହୀ ,ଶିକ୍ଷିକା ଗାୟତ୍ରୀ ବାଲା ସାହୁ ,ରଶ୍ମିତା ମହାକୁଡ଼ ,ପୂଜା ପାଢ଼ୀ ,ଏମ , କୈଳାଶ ,ଆର ବାଲା ରାଜୁ ପ୍ରଭୃତି ଗୁରୁ ଦିବସ ସମ୍ପର୍କେ ଛାତ୍ରଛାତ୍ରୀ ଙ୍କୁ ବୁଝାଇଥିଲେ । ବିନୋଦିନୀ ସାହୁ ,ନିଳାଞ୍ଚଳ ପାତ୍ର ,ପି.ପ୍ରସାଦ ଛାତ୍ର ଛାତ୍ରୀଙ୍କୁ ଅତୀତର ସ୍ମୃତି ଚାରଣ କରି ଭଲ ମଣିଷ ହେବାକୁ ଉପଦେଶ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟ କ୍ରମ କୁ ଶିକ୍ଷକ ଶିବା ପାଡ଼ାଲ୍, ଏସ୍ ସୌଜନ୍ୟା ,ଚନ୍ଦ୍ର ମୋହନ ରେଡ୍ଡୀ ,ସୁଶାନ୍ତ ସେଠୀ ,ସ୍ଵର୍ଣ୍ଣ ସାହୁ ପ୍ରମୁଖ ଉପସ୍ଥିତ ରହି ସହ ଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ନୀଳ ବେଣୀ ସଂଯୋଜନା କରିଥିଲା ।ଶୁଭଶ୍ରୀ ,ମେଘନା , ରାଜେ ଶ୍ୱରୀ ଗୁରୁ ପୂଜନ କରିଥିଲେ । ଶିକ୍ଷିକା ପୂଜା ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here