ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ଗୁରୁ ଦିବସ ପାଳନ

0
31

ବୁଗୁଡା ୫/୯/୨୪ ବୁଗୁଡା ପିପୁଲସ କଲେଜର ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ଗୁରୁ ଦିବସ ପାଳନ ହୋଇଯାଇଛି । ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ଓ ଦ୍ଵିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନ ସେପ୍ଟେମ୍ବର ୫ ତାରଖକୁ ଦେଶର ସର୍ବତ୍ର ଗୁରୁ ଦିବସ ଭାବେ ପାଳନ କରାଯାଉଅଛି। ପିପୁଲସ କଲେଜର +୩ ପଦାର୍ଥ ବିଜ୍ଞାନ ବିଭାଗର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ଗୁରୁ ଦିବସ କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ଅଧ୍ୟାପିକା ସଂଧ୍ୟାରାଣୀ ସାହୁ ଓ ଡେମନଷ୍ଟ୍ରେଟର ପ୍ରଦୀପ କୁମାର ପ୍ରଧାନ ଯୋଗଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଭାଜରାମ ପାଢ଼ୀ ଓ ସୁରଜ କୁମାର ଡାକୁଆ ଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉପହାର ପ୍ରଦାନ କରିଥିଲେ। ସେହିପରି ଗୁରୁଜୀ ବୃନ୍ଦ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ପ୍ରଦାନ କରି ଉତ୍ତୋରତର ଉନ୍ନତି କାମନା କରିଥିଲେ।

LEAVE A REPLY

Please enter your comment!
Please enter your name here