ଗୁରୁ ଦିବସ ପାଳନ ସହ ଅବସରକାଳୀନ ସମ୍ବର୍ଦ୍ଧନା

0
13

ବୁଗୁଡ଼ା ୦୬/୦୯/୨୪ ବୁଗୁଡା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବଳଦେବ ମନ୍ଦିର କଲ୍ଯାଣୀ ମଣ୍ଡପଠାରେ ଗୁରୁ ଦିବସ ପାଳନ ସହ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି। ସଂଘ ସଭାପତି ମନୋରଞ୍ଜନ ଦାଶଙ୍କ ପୌରହିତ୍ଯରେ ଗୁରୁ ଦିବସ ଓ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଳିକ, ମୁଖ୍ୟ ବକ୍ତା ଭାବେ ବିଇଓ ଚିନ୍ମୟ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଶିକ୍ଷକ ପିତାମ୍ବର ଗୌଡ ଯୋଗ ଦେଇଥିଲେ । ଏ ଅବସରରେ ସବିତା ରାଣୀ ନନ୍ଦ, ରଞ୍ଜୁଲତା ଦାଶ, ପ୍ରଫୁଲ କୁମାର ଜେନା, ଗନ୍ଧର୍ବ ଗୌଡ, ଲୋକନାଥ ବେହେରା, ନଗେନ୍ଦ୍ର ଷଡଙ୍ଗି ପ୍ରମୁଖ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପରିଶେଷରେ ଶିକ୍ଷକ ପିତବାସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here