ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ସାଧାରଣ ଅଧିବେଶନ

0
21

ବୁଗୁଡ଼ା, ୬/୯/୨୪ : ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ବାର୍ଷିକ ଅଧିବେଶନ ବାଲିପଦର ବିଶ୍ବକର୍ମା ଭବନରେ ସଭାପତି ଇଂ. ବିପ୍ର ଚରଣ ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଧିବେଶନରେ ମୁଖ୍ଯ ଅତିଥି ଭାବେ ଉତ୍କଳ କଳା ପରିଷଦ ସଭାପତି ଜି.ରାଜେଶ୍ବର ପାତ୍ର ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ବିଶ୍ବନାଥ ରଣା, ଦ୍ବିତୀକୃଷ୍ଣ ବିଶ୍ବାଳ, ମାଧବ ଚନ୍ଦ୍ର ଭୋଳ, ମଙ୍ଗଳୁ ପାତ୍ର, ପ୍ରକାଶ ଚନ୍ଦ୍ର ରଥ, ବଂଶୀଧର ବିଷୋୟୀ, ପି.କ୍ରିଷ୍ଣା ରାଓ ଦୋରା ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ସର୍ବଶ୍ରୀ ଡକ୍ଟର.ବି.ପ୍ରକାଶ ଚନ୍ଦ୍ର ପାତ୍ର, ଡ.ବିଜୟ ଚନ୍ଦ୍ର ମହାରଣା,ଲକ୍ଷ୍ମଣ କୁମାର ଜେନା, ରାଜଗୋପାଳ ନାୟକ, ବାଞ୍ଚାନିଧି ସାହୁ, ନରସିଂହ ପାତ୍ର, ପ୍ରଭାକର ଦଳବେହେରା, ତ୍ରିନାଥ ସାସମଲ, କେ.ଦେବେନ୍ଦ୍ର ପାତ୍ର, ଜି.ଗଙ୍ଗାଧର ପାତ୍ର, ଅନ୍ତର୍ଯ୍ୟାମୀ ସାବତ, ଦିଲ୍ଲୀପ କୁମାର ପଟ୍ଟନାୟକ, କେ.ରାଘବ ପାତ୍ର, ଧୃବ ପାଣିଗ୍ରାହୀ, କେ.କେଶବ ପାତ୍ର, ରାମ ଚନ୍ଦ୍ର ବିଶ୍ବାଳ, ଅଭିମନ୍ୟୁ ରାଉତ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ନୂତନ ଭାବେ ସଂଗଠନରେ ଯୋଗଦେଇ ଥିବା ସଦସ୍ଯ ମାନଙ୍କୁ ଏହି ଅବସରରେ ସ୍ବାଗତ କରାଯାଇଥିଲା। ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରରେ ପାରଦର୍ଶିତା ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ପାଦକ ପ୍ରକାଶ ରଥ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଦ୍ବିତୀକୃଷ୍ଣ ବିଶ୍ବାଳ ଧନ୍ଯବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here