ମାରଦା ମନ୍ଦିର ଉନ୍ନତି ପାଇଁ ଆଲୋଚନା କରବେ ମନ୍ତ୍ରୀ

0
18

ପୋଲସରା ୬/୯/୨୪ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ଉନ୍ନତି ବିଷୟରେ ସେପ୍ଟେମ୍ବର ୧୨ ତାରିଖ ଦିନ ସ୍ଥାନୀୟ ବିଧାୟକ ତଥା ଓଡିଶା ସରକାରଙ୍କ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ମାରଦା ମନ୍ଦିର ପରିସରରେ କମିଟି ଓ ଜନସାଧାରଣଙ୍କ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି। ପୋଲସରା ସହରର ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ଅବସରରେ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କ ସହ ଜଗତାରନାଥ ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ପବିତ୍ର ପୀଠ ଶରଣ ଶ୍ରୀକ୍ଷେତ୍ର ମରଦା ମନ୍ଦିରର ରକ୍ଷଣାବେକ୍ଷଣ ଓ ବିକାଶ ସମ୍ପର୍କେ ଆଲୋଚନା କରିବା ସହ ଏକ ନିବେଦନ ପତ୍ର ଦିଆହୋଇଥିଲା। ଏହି ଅବସରରେ ୨୦୨୪ ମାରଦା ମହୋତ୍ସବ ଉନ୍ମୋଚନର ମୁଖପତ୍ର ପ୍ରଦାନ କରାଯାଇଥିଲା । ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଆସନ୍ତା ସେପ୍ଟେମ୍ବର ମାସ ୧୨ ତାରିଖ ଦିନ ଭୁବନେଶ୍ୱରରୁ ଫେରିଲେ ମରଦା ମନ୍ଦିର ପରିସରରେ ଏକ ବୈଠକ କରି ମନ୍ଦିର ଉନ୍ନତି ପାଇଁ ଆଲୋଚନା କରିବେ ବୋଲି ମତ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି କଳାପାହାଡ଼ର ଶ୍ରୀ ମନ୍ଦିର ଆକ୍ରମଣ ସମୟରେ ଆଠଗଡ଼ ରାଜାଙ୍କ ସହଯୋଗରେ ଚତୁର୍ଦ୍ଧାମୂର୍ତ୍ତି ଦୁଇ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଜଙ୍ଗଲ ମଧ୍ୟରେ ସ୍ଥାପିତ ମାରଦା ମନ୍ଦିରରେ ଗୋପନରେ ରହି ତାଙ୍କର ଲୀଳାକ୍ଷେତ୍ର କରିଥିଲେ।

LEAVE A REPLY

Please enter your comment!
Please enter your name here