ମା’ ତାରାତାରିଣୀ ଉନ୍ନୟନ ପରିଷଦ କର୍ମକର୍ତ୍ତା ବୈଠକ

0
13

ଛତ୍ରପୁର,୦୬/୦୯/୨୦୨୪: ଆଜି ଶୁକ୍ରବାର ଅପରାହ୍ମ ସମୟରେ ତାରାତାରିଣୀ ଉନ୍ନୟନ ପରିଷଦ କର୍ମକର୍ତ୍ତା ମାନଙ୍କ ବୈଠକ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ତଥା ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ରୂପା ରୋଶନ ସାହୁଙ୍କ ଅଧ୍ୟକ୍ଷତାରେ ଦକ୍ଷଣାଞ୍ଚଳ ଆୟୁକ୍ତଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଉପାଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ବିବରଣୀ ପ୍ରଦାନ କରିଥିଲେ । ମନ୍ଦିର ସୁପରିଚାଳନା ସହ ଉନ୍ନୟନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସୁବିସ୍ତୃତ ଆଲେଚନା କରାଯାଇଥିଲା । ମା’ ଙ୍କ ପୀଠକୁ ଏକ ଆଦର୍ଶ ଆଧ୍ୟାତ୍ମିକ ଶ୍ରେଷ୍ଠ ଶକ୍ତିପୀଠ ଭାବେ ଗଢି ତୋଳିବା ପାଇଁ ଅଧ୍ୟକ୍ଷ ମହୋଦୟା ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପୂର୍ତ୍ତ ବିଭାଗ ଏବଂ ଗ୍ରାମ୍ଯ ଉନ୍ନୟନ ବିଭାଗ ପକ୍ଷରୁ ଏଠାରେ ଚାଲିଥିବା ନିର୍ମାଣ ଓ ଅନ୍ୟାନ୍ୟ କାମ ଯଥା ସମ୍ଭବ ଶୀଘ୍ର ସଂପୂର୍ଣ୍ଣ କରାଯିବା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଥିଲା । ଉକ୍ତ ବୈଠକରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସତ୍ୟବାନ ପଟେଲ, ଛତ୍ରପୁର ଉପ ଜିଲ୍ଲାପାଳ ଦେବଦତ୍ତ ମହାନ୍ତ, ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ, ତହସିଲଦାର ଲୋପାମୁଦ୍ରା ରଥ, ଉନ୍ନୟନ ପରିଷଦ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here