ପଞ୍ଚମା ସିଦ୍ଧି ବିନାୟକ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

0
15

ବ୍ରହ୍ମପୁର,୦୭/୦୯/୨୦୨୪:
ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ବିଘ୍ନ ବିନାଶକ ଶ୍ରୀ ବିଘ୍ନରାଜ ଙ୍କ ପୂଜା ପାଳିତ ହେଉଥିବା ବେଳେ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ପଞ୍ଚମା ଠାରେ ଥିବା ସିଦ୍ଧି ବିନାୟକ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ସୀମାନ୍ତ ରାଜ୍ୟ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଓଡ଼ିଶା ଗଜପତି ଜିଲ୍ଲାର ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ରାତି ୧ ଟା ୪୫ ମିନିଟରୁ ୪.୩୦ଟା ପର୍ଯ୍ୟନ୍ତ ମନ୍ଦିର ପୂଜକମାନଙ୍କ ଦ୍ବାରା ପାରମ୍ପରିକ ରୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଭୋର ୪.୩୦ ରେ ସାଧାରଣ ଦର୍ଶନ ଭକ୍ତଙ୍କ ନିମନ୍ତେ ମନ୍ଦିର ଦ୍ବାର ଖୋଲା ଯାଇଥିଲା। କମିଟି ‌‌‌‌‌‌‌‌‌ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ରଣ୍ଢା ଛକରୁ ୧୦ ଟି ସ୍ବତନ୍ତ୍ର ଅଟୋର ବ୍ୟବସ୍ଥା ସହ ଏଥିରେ ବୟୋଜ୍ୟେଷ୍ଠ ଓ ଶିଶୁ ମାନଙ୍କୁ ନେବା ଆଣିବା ନିମନ୍ତେ ନିୟୋଜିତ କରାଯାଇଥିବା ବେଳେ ଦିବ୍ୟାଙ୍ଗଙ୍କ ନିମନ୍ତେ ଅତିରିକ୍ତ ୫ଟି ଅଟୋର‌‌ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ପାନୀୟ ଜଳ, ସ୍ବତନ୍ତ୍ର ବିଶ୍ରାମାଗାର,ପରିସ୍ରାଗାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି କମିଟି ସଦସ୍ୟ ଗୌରୀ ସାମନ୍ତରା ।ଏ ଦିବ୍ୟାଙ୍ଗ ମାନଙ୍କ ପାଇଁ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲ। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଏସଡିପିଓ ସୁଶୁଭ୍ରାଂଶୁ ଶେଖର ପରିଡ଼ାଓ ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ସ୍ୱାଇଁ ଙ୍କ ପକ୍ଷରୁ ରଣ୍ଢା ଛକ ଠାରୁ ମନ୍ଦିର ପରିସର ପର୍ଯ୍ୟନ୍ତ ପୁଲିସ ବ୍ୟବସ୍ଥା କରାଯାଇଥିଲା। ପରିଚାଳନା ଦାୟିତ୍ବରେ ଥିଲେ ସାତ ଖଣ୍ଡ ଗ୍ରାମବାସୀର ସଦସ୍ୟ ସମେତ ସ୍ବେଛାସେବୀ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପକ୍ଷରୁ ସୁରକ୍ଷା ଦାୟିତ୍ବ ତୁଲାଇବା ନିମନ୍ତେ ନିୟୋଜିତ ଥିଲେ।ମେଡିକାଲ ଟିମ, ଅଗ୍ନିଶମ ବିଭାଗ ମଧ୍ୟ ନିୟୋଜିତ ରହିଥିଲେ। ପରିବହନ ବିଭାଗ ପକ୍ଷରୁ ଭକ୍ତ ମାନଙ୍କ ପାଇଁ ଟାଟା ଗ୍ଲୁକୋଜ ବଣ୍ଟନ କରାଯାଇଥିଲା। ସମସ୍ତ ଭକ୍ତଙ୍କ ଭଳି ଖଣି ଇସ୍ପାତ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଧ୍ଯ ଧାଡ଼ିବାନ୍ଧି ଦର୍ଶନ କରିଥିଲେ।କମିଟି ସଦସ୍ୟ ଙ୍କ ନେତୃତ୍ବରେ ସ୍ବେଚ୍ଛାସେବୀ ସଂଗଠନ ମାନଙ୍କୁ ମଧ୍ୟ ନିୟୋଜିତ କରାଯାଇ ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକ ନିମନ୍ତେ ସ୍ବତନ୍ତ୍ର ଦର୍ଶନ କରାଇ ଗନ୍ତବ୍ୟ ସ୍ଥଳକୁ ନିଆ ଯାଉଥିଲା।ଦର୍ଶନ ନିମନ୍ତେ ସ୍ବତନ୍ତ୍ର ବ୍ୟାରିକେଟ ବ୍ୟବସ୍ଥା କରାଯାଇ ଦର୍ଶନ, ବିନା ଟିକେଟ ରେ ଦର୍ଶନ ସହ ଖେଚୁଡ଼ି ଲଡ଼ୁ ଭୋଗ ମାଗଣା ବ୍ୟବସ୍ଥା ହୋଇଥିଲା।  ପ୍ରାୟ ୫୦ ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଠିକ୍ ଦର୍ଶନକୁ ଯିବା ସମୟରେ ବର୍ଷା ବାଧକ ସାଜିଥିଲା। ଏହି ସମୟରେ ଦୋକାନୀ ମାନେ ବହୁକ୍ଷତି ସହିଥିବା ଜଣା ପଡ଼ିଛି।ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ  ଜଣେ ଅରିତିକି ଏସପି , ୩ ଡିଏସପି,୫ ଜଣ ଇନ୍ସପେକ୍ଟର,୨୫ ଏସଆଇ ଓ ଏଏସଆଇ  ପୋଲିସ  ସମେତ ୪ପ୍ଳାଟୁନ ପୋଲିସ ଫୋର୍ସ ମୁତୟନର ବ୍ୟବସ୍ଥା ରହିଥିବା ବେଳେ ରଣ୍ଢା ଛକରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଟ୍ରାଫିକ ପୋଲିସ ମୁତୟନ କରାଯାଇଛି l  ଆଜି ଅସ୍ଥାୟୀ ଟ୍ରଷ୍ଟି ବୋର୍ଡ ଅଧ୍ୟକ୍ଷ ତଥା ବ୍ରହ୍ମପୁର ଉପଜିଲ୍ଲାପାଳ ଧିନା ଦସ୍ତାଗିର  କନିଷି ତହସିଲଦାର କବି ରାଜ ପ୍ରଧାନ , କୁକୁଡାଖଣ୍ଡି ତହସିଲଦାର ସପନ କୁମାର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଂଶୁମାନ ମହାପାତ୍ର ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ପରିଡା , ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ସ୍ୱାଇଁ ,ଅନ୍ୟ ବିଭାଗର  ଅଧିକାରୀ ରହି ଉପଜିଲ୍ଲାପାଳ ଆଲୋଚନା କରିବା ସହ ଶାନ୍ତି ଶୃଙ୍ଖଳା ରେ କିଭଳି ହେବା ସେ ନେଇ ଗୁରୁତ ଦେଇଥିଲେ l ଗୋଳନ୍ଥରା ସରପଞ୍ଚ ପ୍ରତିନିଧି ଟୁନା ଜେନା ଏବଂ ମନ୍ଦିର ଦାୟିତ୍ୱରେ ଥିବା ଗୌରୀ ସାମନ୍ତରା, ସମାଜ ସେବୀ ସୁନୀଲ କୁମାର ପାତ୍ର, ରାଜେଶ ସାହୁ, ଗଙ୍ଗାଧର ଶତପଥି,କୈଳାଶ ମହାନ୍ତି,ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିଜେ ରହି ଟାଟା ଗ୍ଲୁକୋଜ ବଣ୍ଟନ କରିଥିଲେ।ମନ୍ଦିର ପରିସରରେ ପହଞ୍ଚି ସିଦ୍ଧି ବିନାୟକଙ୍କ ଦର୍ଶନ କରିବା ସହ ଯାତ୍ରାର ତଦାରଖ କରିଥିଲେ।

LEAVE A REPLY

Please enter your comment!
Please enter your name here