ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଗୁରୁ ଦିବସ ପାଳନ

0
12

ବୁଗୁଡା ୭/୯/୨୪ ବୁଗୁଡା ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଗୁରୁ ଦିବସ ପାଳନ ହୋଇଯାଇଛି । ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ଓ ଦ୍ଵିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନ ସେପ୍ଟେମ୍ବର ୫ ତାରଖକୁ ଦେଶର ସର୍ବତ୍ର ଗୁରୁ ଦିବସ ଭାବେ ପାଳନ କରାଯାଉଅଛି। ସେହିପରି ପିପୁଲସ କଲେଜର +୩ ରାଜନୀତି ବିଜ୍ଞାନ ବିଭାଗର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ଗୁରୁ ଦିବସ କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଅଧ୍ୟାପକ ବିନୋଦ କୁମାର କର, ପବିତ୍ର ଖଣ୍ଡୁଆଳ ଓ ଲୋକନାଥ ବେହେରା ଯୋଗଦେଇଥିଲେ। ଗୁରୁଜୀ ବୃନ୍ଦ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ସେମାନଙ୍କୁ ବହୁ ଉପାଦେୟ ଉପଦେଶ ପ୍ରଦାନ କରିଥିଲେ। ଶେଷରେ ୨ୟ ବର୍ଷ ଛାତ୍ରୀ ରୂପାଲି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here