୭୦ ତମ ରାଜ୍ୟ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା କୁ ମନୋନୀତ

0
14

ବ୍ରହ୍ମପୁର,୦୮/୦୯/୨୦୨୪:ସ୍ଥାନୀୟ ଆମ୍ବପୁଆ ସ୍ଥିତ ପୋଲିସ ପଡିଆ ଠାରେ ଗଞ୍ଜାମ ଜିଲ୍ଲା କ୍ରିଡା ସଂସଦ ତରଫରୁ ଏକ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ତିନୋଟି ବର୍ଗ ଯଥା ୨୦ବର୍ଷ ରୁ କମ୍ ,୨୩ ବର୍ଷ ରୁ କମ୍ ପୁରୁଷ ଓ ମହିଳା ବର୍ଗ ର ୭୦ ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।ଏଥିରେ ଚୟନ ହୋଇଥିବା ପ୍ରତିଯୋଗୀ ମାନେ ଆସନ୍ତା ୧୮ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଭୂବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଡାଡିୟମ ରେ ଅନୁଷ୍ଠିତ ହେବାକୁ ଥିବା ୭୦ ତମ ରାଜ୍ୟ ସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ।ଏହି ଶିବିର ରେ କ୍ରିଡା ସଂପାଦକ ପ୍ରମୋଦ ମହାରଣା ଅଧ୍ୟକ୍ଷତାରେ ବିଭିନ୍ନ କ୍ରିଡାବିତ୍ ମାନେ ଯଥା ରାଜେନ୍ଦ୍ର ସାହୁ, ପୁଷ୍ପାଞ୍ଜଳି ପ୍ରହରାଜ, ଗୋପାଳ ଚନ୍ଦ୍ର ପଣ୍ଡା, ସୁକାନ୍ତି ପାତ୍ର, ରବିନ୍ଦ୍ର ମହାରଣା, ସୁନୀତା ପାତ୍ର, ସୁଜାତା ବିଷୋୟୀ,ଶଙ୍କର୍ଷଣ ପାତ୍ର(କୋଚ)ପ୍ରମୁଖ ସହଯୋଗ କରିଥିଲେ।କ୍ରିଡା ସଂସଦର ଉପସଭାପତି କେଦାରନାଥ ଚୌଧୁରୀ, ତାରିଣୀ ଚରଣ ସାମନ୍ତରାୟ,ଦୁର୍ଗା ପ୍ରସାଦ ପଟ୍ଟନାୟକ ଉପସ୍ଥିତ ଥିଲେ।ସାଧାରଣ ସଂପାଦକ ଜେ.କାମେଶ୍ବର ଉପସ୍ଥିତ ରହି କ୍ରିଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ।

 

LEAVE A REPLY

Please enter your comment!
Please enter your name here